ଜବରଦଖଲ ଉଚ୍ଛେଦ
ଜୟପୁର,୧୨ ମେ (ହି.ସ.) - ଜୟପୁର ସଦରଥାନା ନିକଟରେ ଥିବା ଏକ ସରକାରୀ ଅନାବାଦି ଜମିରେ ବେଆଇନ ଘର ନିର୍ମାଣ କରୁଥିବା ଅବସ୍ଥାରେ ଆଜି ଟାଉନପୁଲିସ ଘଟଣା ସ୍ଥଳରେ ପହଁଚି ନିର୍ମାଣଧିନ ଘରକୁ ଭାଙ୍ଗି ଜବରଦଖଲ ଉଚ୍ଛେଦ କରିଛି। ଖ୍ରୀଷ୍ଟିଆନ ପେଟା ଅଂଚଳର ଫୁଲରୀନା ବାଘ ଦୀର୍ଘଦିନ ହେଲା ଜଗଧାତ୍ରୀପୁର ମୌଜାର
ଜବରଦଖଲ ଉଚ୍ଛେଦ


ଜୟପୁର,୧୨ ମେ (ହି.ସ.) - ଜୟପୁର ସଦରଥାନା ନିକଟରେ ଥିବା ଏକ ସରକାରୀ ଅନାବାଦି ଜମିରେ ବେଆଇନ ଘର ନିର୍ମାଣ କରୁଥିବା ଅବସ୍ଥାରେ ଆଜି ଟାଉନପୁଲିସ ଘଟଣା ସ୍ଥଳରେ ପହଁଚି ନିର୍ମାଣଧିନ ଘରକୁ ଭାଙ୍ଗି ଜବରଦଖଲ ଉଚ୍ଛେଦ କରିଛି। ଖ୍ରୀଷ୍ଟିଆନ ପେଟା ଅଂଚଳର ଫୁଲରୀନା ବାଘ ଦୀର୍ଘଦିନ ହେଲା ଜଗଧାତ୍ରୀପୁର ମୌଜାର ଖାତାନମ୍ବର ୧୪୫୮ ଅନାବାଦି ଚାଷ ଜମିରେ ଘର ବାନ୍ଧୁଥିଲେ। ଏକ ମାସ ପୂର୍ବରୁ ନୋଟିସ ଦେବାପରେ ମଧ୍ୟ ସେ ଘର ଛାଡିନଥିବା ଯୋଗୁଁ ଆଜି ତହସିଲ କର୍ମଚାରୀ, ଟାଉନଥାନା ଅଧିକାରୀ ଦାୟୀତ୍ୱରେ ଥିବା ସଚ୍ଚିନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ପୁଲିସ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande