ଜିରାଳ ର ପୂର୍ବତନ ସରପଂଚ ଏକାଦଶୀ ପତିଙ୍କ ପରଲୋକ
ଭୁବନ, ୧୨ ମେ (ହି.ସ.) - ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ଏକାଦଶୀ ପତି (୭୮) ଙ୍କ ର ଗତକାଲି ସୋମବାର ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ୪ ପୁଅ ମନୋଜ, ସରୋଜ, ନୀରଜ, କ୍ଷୀରୋଜଙ୍କ ସମେତ
ସ୍ୱର୍ଗତ ଏକାଦଶୀ ପତି


ଭୁବନ, ୧୨ ମେ (ହି.ସ.) - ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ଏକାଦଶୀ ପତି (୭୮) ଙ୍କ ର ଗତକାଲି ସୋମବାର ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ୪ ପୁଅ ମନୋଜ, ସରୋଜ, ନୀରଜ, କ୍ଷୀରୋଜଙ୍କ ସମେତ ପୁତ୍ର ବଧୁ,ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ପତି ବାବୁ ଙ୍କ ବିୟୋଗ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏକାଦଶୀ ବାବୁ ୧୯୭୫ ରୁ ୧୯୮୦ ପର୍ଯ୍ୟନ୍ତ ଜିରାଳ ପଂଚାୟତର ସରପଂଚ ଭାବେ ବହୁ ଜନହିତକର କାର୍ଯ୍ୟ କରିଥିଲେ। ସ୍ୱର୍ଗତ ଏକାଦଶୀ ବାବୁ କେବଳ ଜଣେ ନିର୍ବିବାଦୀୟ ,ନିଷ୍କଳଙ୍କ ରାଜନେତା ଭାବେ ନୁହେଁ ଜଣେ ଧର୍ମ ପରାୟଣ, ପରୋପକାରୀ,ସ୍ନେହୀ, ଦୟାଳୁ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande