
ମୁଖୀଗୁଡ଼ା, ୧୨ ମଇ(ହି.ସ.) – ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବାବେଳେ ବାଇକରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜୟପାଟଣା ଠେଲକୋପଡ଼ାର ହେମାବତୀ କୈବର୍ତ(୫୫) ନିଜ ପୁଅ ବଡ଼ ସହ ଆଜି ସକାଳେ ଏକ ବାଇକ୍ରେ ଏକ ବିବାହ ଉତ୍ସବରେ ଯୋଗଦେଇ ଜୁନାଗଡ଼ରୁ ନିଜ ଘରକୁ ଫେରୁଥିଲାବେଳେ ମୋଟେର ନିକଟରେ ହଟାତ ଚଳନ୍ତା ବାଇକରୁ ଖସିପଡ଼ି ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ କୋକସରା ଡାକ୍ତର ଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ଜୟପାଟଣା ଅଣାଯିବା ପରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର