ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା : କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର,୧୨ ମଇ (ହି.ସ)- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ସଦ୍ୟ ସମାପ୍ତ ପ୍ରବେଶିକା ପରୀକ୍ଷାକୁ ଆଜି କେନ୍ଦ୍ର ସରକାର ବାତିଲ କରିଛନ୍ତି । ଏହି ପରୀକ୍ଷା ର ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାକରି ସରକାର ଉଭୟ ଆଶାୟୀ ଛାତ୍
cong


ଭୁବନେଶ୍ୱର,୧୨ ମଇ (ହି.ସ)- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ସଦ୍ୟ ସମାପ୍ତ ପ୍ରବେଶିକା ପରୀକ୍ଷାକୁ ଆଜି କେନ୍ଦ୍ର ସରକାର ବାତିଲ କରିଛନ୍ତି । ଏହି ପରୀକ୍ଷା ର ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାକରି ସରକାର ଉଭୟ ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଚିନ୍ତା ଓ ନୈରାଶ୍ୟର ବଳୟ ଭିତରକୁ ଠେଲି ଦେଇଛନ୍ତି ଏବଂ ଏହା ସହିତ ଦେଶରେ ପରିଚାଳିତ ହେଉଥିବା ପ୍ରବେଶିକାପରୀକ୍ଷା ପ୍ରତି ଲୋକମାନଙ୍କର ମନରେ ସନ୍ଦେହ ଜାଗ୍ରତ କରୁଛି ବୋଲି ମଙ୍ଗଳବାର କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଡ. ଦେବାଶିଷ ଭୂୟାଁ କହିଛନ୍ତି।

ସେ କହିଛନ୍ତି ଗତ କିଛି ବର୍ଷ ହେଲା ଦେଖାଯାଉଛି ନିଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ୟବଧାନରେ ଦେଶରେ ଘଟିଚାଲିଛି। ଦେଶ ତମାମ ଏହି ଘଟଣାକୁ ନେଇ ଛାତ୍ରସଂଗଠନ ମାନେ ପ୍ରତିବାଦ କରିବା ବେଳେ ଓଡ଼ିଆ ପୁଅ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗାଳିଗୁଲଜ କରୁଛନ୍ତି । ଏହା ଦେଖି ଓଡିଆଭାବେ ଆମ ସମସ୍ତଙ୍କ ମୁଣ୍ଡ ତଳକୁ ନଇଁ ଯାଉଛି। ତେଣୁ ଓଡିଶାର ସ୍ୱଭିମାନ ରକ୍ଷା ପାଇଁ ଏବଂ ନିରପେକ୍ଷ ତଦନ୍ତ ଉଦ୍ଦେଶ୍ୟରେ ବାଟ ଫିଟେଇବା ପାଇଁ ଶ୍ରୀ ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି।

ଅନ୍ୟତମ ମୁଖପାତ୍ର ଶ୍ରୀକୃଷ୍ଣ ଚନ୍ଦ୍ର ପତି କହିଲେ ଯେ ଆମେ ଆଗରୁ ଜାଣିଥିଲେ ସରକାର କୋଉକୋଉଥିରେ ତଳଆଡୁ ନମ୍ବର ୱାନ ଏବଂ ଆଜି ଏଥିରେ ଆଉ ଏକ ଫର୍ଦ ଯୋଡିହେଲା , ଯେ ସେ ପ୍ରଶ୍ନପତ୍ର ଲିକରେ ରେ ବି ନମ୍ବର ୱାନ। ଏ ସରକାର ଆସିଲା ଦିନଠାରୁ ପ୍ରାୟ ୮୪ ଥର ପ୍ରଶ୍ନ ପତ୍ର ଲିକ ହୋଇଛି । ପରୀକ୍ଷା ବିଭ୍ରାଟ କରି ଆଦାୟ କରୁଥିବା ଟଙ୍କାରୁ ବିଜେପି ଦଳ ନିଜ ନିର୍ବାଚନୀ ଖର୍ଚ୍ଚ ବହନ କରୁଛି। ଯଦି ସତରେ ଏମାନେ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ସୁପ୍ରିମକୋର୍ଟ ର ଜଣେ ବିଚାରପତିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଉ।

ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଲେ ଏହା କେବଳ କେନ୍ଦ୍ରରେ ନୁହେଁ ପରୀକ୍ଷାକୁ ନେଇ ଅନୀୟମିୟତା ରାଜ୍ୟରେ ମଧ୍ୟ ଡବଲ ଇଞ୍ଜିନ ସରକାରରେ ଘଟିଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ଓଟିଇଟି, ଆରଆଇ , ଅମିନ,ପୋଲିସ ଏସ୍ ଆଇ ନିଯୁକ୍ତି ଓ ନର୍ସିଂଙ୍ଗ ନିଯୁକ୍ତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନୀୟମିୟତା ହୋଇଛି ବୋଲି ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande