ବିବାହ ଭାଙ୍ଗିଯିବା ପରେ ଭାବିସ୍ୱାମୀର ଅସଲ ଚେହେରା : ଏକାନ୍ତ ମୂହୁର୍ତର ଫଟୋ ଓ ଭିଡିଓ ଭାଇରାଲର ଧମକ ପରେ ସାଇବର ଥାନା ପୋଲିସ ଦେଲା ଆଶ୍ୱସ୍ତ
ବିବାହ ଭାଙ୍ଗିଯିବା ପରେ ଭାବିସ୍ବାମୀର ଅସଲ ଚେହେରା :   ଏକାନ୍ତ ମୂହୁର୍ତ୍ତର ଫଟୋ ଓ ଭିଡିଓ ଭାଇରାଲର ଧମକ ପରେ ସାଇବର ଥାନା ପୋଲିସ ଦେଲା ଆଶ୍ବସ୍ତ

ସମ୍ବଲପୁର,୧୨, ମେ (ହି.ସ.) - ବିବାହ ସ୍ଥିରୀକୃତ ହେଲା, ଦିନ କାଳବେଳା ବି ଠିକଠାକ୍ ହେଲା । ହେଲେ ବିବାହ ହେବା ସମୟର ଦୂରତା ଉଭୟ ପୁଅ ଝିଅଙ୍କୁ ବେଶୀ ବ୍ୟାକୁଳତା ମଧ୍ୟକୁ ଠେଲି ନେଇଥିଲା। ତେଣୁ ଉଭୟ ଉଭୟଙ୍କ ସହ ଲୁଚାଚୋରାରେ ମିଶିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ । ମାତ୍ର ଏହି ମିଳାମିଶା ମଧ୍ୟରେ ଝିଅର କିଛି ଏକାନ୍ତ ଓ ଆପତି ଜନକ ଫଟୋ ଓ ଭିଡିଓ ସଂଗ୍ରହ କରିନେଇଥିଲା ଭାବି ସ୍ୱାମୀ । ପରବର୍ତୀ ସମୟରେ କୌଣସି କାରଣରୁ ଏହି ବିବାହ ପ୍ରସ୍ତାବ ଭାଙ୍ଗିଯିବା ପରେ ଭାବି ସ୍ୱାମୀ ଜଣକ ଦେଖାଇଥିଲେ ନିଜର ଅସଲ ଚେହେରା। ଆପତି ଜନକ ଫଟୋ ଓ ଭିଡ଼ିଓ ମାଧ୍ୟମରେ ଯୁବତୀ ଜଣଙ୍କୁ ମାନସିକ ଆଘାତ ଦେବା ସହ କରିଥିଲେ ବ୍ଲାକ୍ ମେଲିଙ୍ଗ୍ । ଏ ସମ୍ପର୍କରେ ଯୁବତୀଙ୍କ ପରିବାର ସମ୍ବଲପୁର ସାଇବର କ୍ରାଇମ ଏବଂ ଆର୍ôଥକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ ଏ ସମ୍ପର୍କରେ ଜୋରଦାର୍ ଉଦ୍ୟମ କରି ଶେଷରେ ଯୁବତୀଙ୍କ ପରିବାରକୁ ଦେଇଛି ଆଶ୍ୱସ୍ତି । ଗତ ମାର୍ଚ୍ଚ ମାସ ୧୮ ତାରିଖରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ ହେବାପରେ ସାଇବର ଥାନା ପୋଲିସ ଧାରା ୭୮/୭୯/୩୧୯(୨) ବିଏନଏସ୍ ଏବଂ ଧାରା ୬୭/୬୭(କ) ଆଇଟି ଆକ୍ଟରେ ୯/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବିବାହ ଭାଙ୍ଗିଯିବା ପରେ ଭାବିସ୍ୱାମୀ ଥିବା ଯୁବକ ଜଣଙ୍କର ଧମକ ଚମକ୍ ରେ ଯୁବତୀ ଜଣଙ୍କ ଭୟବିତ ହୋଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ, ଯାହାଙ୍କ ସହିତ ତାଙ୍କର ବିବାହ ନିର୍ଦ୍ଧାରିତ ହୋଇଥିଲା, ସେହି ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ସହ ନିବିଡ଼ତା ଓ ଏକାନ୍ତ ସମ୍ପର୍କ ସମୟରେ ତାଙ୍କ ଅଜାଣତରେ କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଉତୋଳନ କରିଥିଲେ। ପରେ ବିବାହ କରିବାକୁ ଅସ୍ୱୀକାର କରି, ଯଦି ସେ ଅନ୍ୟ କାହାକୁ ବିବାହ କରିବାକୁ ଅପଚେଷ୍ଟା କରିବେ, ତେବେ ରଖିଥିବା ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ।

ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ “ଜଗତସିନି୧୯୯” ନାମରେ ଏକ ନକଲି ଇନଷ୍ଟାଗ୍ରାମ ଆକାଉଂଟ ଖୋଲି ମହିଳାଙ୍କ ଅଶ୍ଳୀଳ ଓ ବ୍ୟକ୍ତିଗତ କିଛି ଫଟୋ ଓ ଭିଡିଓ ଅପଲୋଡ୍ କରିଥିଲେ। ଯାହା ଦ୍ୱାରା ତାଙ୍କୁ ଅପମାନିତ, ହାରାସ କରିବା ସହ ଶ୍ଳୀଳତାହାନି ଉଦ୍ଦେଶ୍ୟ ଅନ୍ତର୍ନିହିତ ଥିଲା। ସାଇବର ପୋଲିସ

ତଦନ୍ତ ସମୟରେ ସ୍କ୍ରିନସଟ୍, ଅଶ୍ଳୀଳ ଫଟୋ, ଭିଡିଓ ଫାଇଲ୍ ଏବଂ କିଛି ଇଲେକ୍ଟ୍ରୋନିକ ଉପକରଣ ଜବତ କରିଥିଲା। ସାଇବର ଫରେନସିକ ପ୍ରକ୍ରିୟା ଅନୁସାରେ ଟେକ୍ନିକାଲ ତଦନ୍ତ କରି ରେଜିଷ୍ଟ୍ରେସନ ବିବରଣୀ, ଆଇପି ଲଗ୍, ସବସ୍କ୍ରାଇବର ତଥ୍ୟ ଏବଂ ଅନ୍ୟାନ୍ୟ ଡିଜିଟାଲ ରେକର୍ଡ ମଧ୍ୟ ସଂଗ୍ରହ କରାଯାଇଥିଲା।

ଟେକ୍ନିକାଲ ରିପୋର୍ଟ ଏବଂ ଆଇପିଡିଆର ବିଶ୍ଳେଷଣରୁ ସ୍ପଷ୍ଟ ହୋଇଥିଲା, ଯେ ନକଲି ଇନଷ୍ଟାଗ୍ରାମ ଆକାଉଂଟଟି ଦେଓଗଡ଼ ଜିଲ୍ଲାର କୁହୁରୁ କିସାନଙ୍କ ୨୮ ବର୍ଷର ପୁଅ ଲିଟେନ କିସାନଙ୍କ ମୋବାଇଲ୍ ନମ୍ବର ଦ୍ୱାରା ସୃଷ୍ଟି ଓ ପରିଚାଳିତ ହୋଇଥିଲା। ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ଏବଂ ମୋବାଇଲ୍ ଲୋକେସନ ବିଶ୍ଳେଷଣ ଆଧାରରେ ଅଭିଯୁକ୍ତକୁ ସାଇବର ଥାନା ପୋଲିସ ବାଙ୍ଗାଲୋରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ବେଳେ ଅଭିଯୁକ୍ତ ଠାରୁ ଭିଭୋ ୱାଇ୨୯ ୫ଜି ମୋବାଇଲ, ଏକ ଏୟାରଟେଲ୍ ସିମ୍ କାର୍ଡ, ସାନ ଡିସ୍କର ଏକ ୧୨୮ ଜିବି ମେମୋରି କାର୍ଡ, ଏକ ଆଧାର କାର୍ଡ, ମାମଲା ସମ୍ପର୍କିତ ଅଶ୍ଳୀଳ ଓ କିଛି ବ୍ୟକ୍ତିଗତ ଡିଜିଟାଲ ସାମଗ୍ରୀ ଜବତ କରିଛି । ପଚରାଉଚରା ସମୟରେ ଅଭିଯୁକ୍ତ ଲିଟେନ କିସାନ (୨୮) ନିଜର ନକଲି ଇନଷ୍ଟାଗ୍ରାମ ଆକାଉଂଟ ଖୋଲିବା ଏବଂ ପୀଡ଼ିତାଙ୍କ ସମ୍ପର୍କିତ ଆପତିଜନକ ସାମଗ୍ରୀ ଅପଲୋଡ୍ କରିବାରେ ନିଜେ ଜଡିତ ଥିବା ସ୍ୱୀକାର ମଧ୍ୟ କରିଥିଲା । ସାଇବର ଥାନା ପୋଲିସ ଆଜି ଏସମ୍ପର୍କରେ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେବାପରେ ସାଧାରଣ ଲୋକମାନଙ୍କୁ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଛି । ସୋସିଆଲ ମିଡିଆ କିମ୍ବା ଅଜଣା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବ୍ୟକ୍ତିଗତ ଫଟୋ, ଭିଡିଓ, ଓଟିପି କିମ୍ବା ଗୋପନୀୟ ତଥ୍ୟ ସେୟାର୍ ନ କରିବାକୁ ପରାମର୍ଶ ଦିଆଯାଇଛି। ସାଇବର ହାରାସମେଂଟ, ନକଲି ସୋସିଆଲ ମିଡିଆ ଆକାଉଂଟ କିମ୍ବା ଅଶ୍ଳୀଳ ସାମଗ୍ରୀ ପ୍ରଚାର ସମ୍ପର୍କିତ କୌଣସି ଘଟଣା ଘଟିଲେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ କିମ୍ବା ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରିବାକୁ ସଚେତନତା ବାର୍ତା ବାଂଟିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande