ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ 
ଜୟପୁର, ୧୨ ମଇ (ହି.ସ.)- ପୂର୍ବତନ ଅର୍ଥ ଓ ଆଇନମନ୍ତ୍ରୀଙ୍କର ଦଶମ ଶ୍ରାଦ୍ଧ ବାର୍ଷିକୀ ପୁଣ୍ୟତିଥିରେ ପାୱାର ହାଉସ ଛକ ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଓ ସଂଧ୍ୟା ୬ଟା ସମୟରେ ସ୍ଥାନୀୟ ଯାଦବ ଭବନରେ ଉତ୍କଳ ସମ୍ମିଳନୀ ତରଫରୁ ଶ
ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ, 


ଜୟପୁର, ୧୨ ମଇ (ହି.ସ.)-

ପୂର୍ବତନ ଅର୍ଥ ଓ ଆଇନମନ୍ତ୍ରୀଙ୍କର ଦଶମ ଶ୍ରାଦ୍ଧ ବାର୍ଷିକୀ ପୁଣ୍ୟତିଥିରେ ପାୱାର ହାଉସ ଛକ ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଓ ସଂଧ୍ୟା ୬ଟା ସମୟରେ ସ୍ଥାନୀୟ ଯାଦବ ଭବନରେ ଉତ୍କଳ ସମ୍ମିଳନୀ ତରଫରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତାମାନେ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କୁ ମନେପକାଇ କହିଥିଲେ ଯେ, ସେ ଥିଲେ ଗରିବ ଜନତାଙ୍କ ପ୍ରକୃତ ବନ୍ଧୁ। ମନ୍ତ୍ରୀ ଥିବା ସମୟରେ ଗ୍ରାମାଞ୍ଚଳରେ ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଦଳ-ମତ ନିର୍ବିଶେଷରେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ତାଙ୍କର ବିଶେଷତ୍ୱ ଥିଲା। ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।

ଜିଲ୍ଲା ସମ୍ପାଦକ ନବୀନ ମାଦଳାଙ୍କ ଆହ୍ୱାନ କ୍ରମେ ଉତ୍କଳ ସମ୍ମିଳନୀର ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ନେପାକଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ବିନୋଦ ମହାପାତ୍ର, ବାଲା ରାଏ, ହରିହର କରସୁଧା ପଟନାୟକ, ଚନ୍ଦ୍ର କାନ୍ତ ସୁତାର, ସୁରେନ୍ଦ୍ର ଖରା, ପ୍ରତାପ ମାଦଳା, ପ୍ରମୋଦ ମହାନ୍ତି, ଶିଶିର କୁମାର ମିଶ୍ର, ବିରେନ୍ ପଟ୍ଟନାୟକ, ରାଜକୁମାରୀ ମହାନ୍ତି, କୃଷ୍ଣଚନ୍ଦ୍ର ହୋତା, ବାଳକୃଷ୍ଣ ପଟ୍ଟନାୟକ, ପ୍ରହଲ୍ଲାଦ ପାତ୍ର, ରାମ ନାୟକ, ପ୍ରିତୀଶ ପଟନାୟକ ଏବଂ ପୀୟୂଷ ପଟନାୟକ ଉପସ୍ଥିତ ଥିଲେ l ସଂଗଠନ ସମ୍ପାଦକ କବିରାଜ ପରମେଶ୍ବର ପାତ୍ର ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande