ସମ୍ବଲପୁରରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ସହାୟତା ବଂଟନ
ସମ୍ବଲପୁରରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ  ସହାୟତା ବଣ୍ଟନ
ସମ୍ବଲପୁରରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ  ସହାୟତା ବଣ୍ଟନ


ସମ୍ବଲପୁରରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ  ସହାୟତା ବଣ୍ଟନ


ସମ୍ବଲପୁରରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ  ସହାୟତା ବଣ୍ଟନ


ସମ୍ବଲପୁରରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ  ସହାୟତା ବଣ୍ଟନ


ସମ୍ବଲପୁର, ୧୨, ମେ (ହି.ସ.) - ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ସମ୍ବଲପୁର ମହାନଗର ନିଗମର ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟାନ୍ୟ ପୌରାଂଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ) , ମଧୁବାବୁ ପେନସନ ଯୋଜନା ଅଧୀନରେ ସହରାଂଚଳ ଭିତିଭୂମି, ନିଯୁକ୍ତି ସୁଯୋଗ, ଏବଂ ଜଳାଶୟର ବିକାଶ, ସହରର ପରିମଳ ବ୍ୟବସ୍ଥା ଏବଂ ସହ ଜଡ଼ିତ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ‘ଗରିମା’ ଯୋଜନାର ସଫଳ ରୂପାୟନ, ରାସ୍ତା ମରାମତି, ପାନୀୟ ଜଳ ଯୋଗା, ସ୍ୱେରେଜ୍ ବୋର୍ଡ, ସହରର ସମସ୍ତ ଗଳିକନ୍ଦିରେ ସ୍ମାର୍ଟ ଆଲୋକ

ସଂଯୋଗୀକରଣ, ଆହାର’ କେନ୍ଦ୍ରର ସୁପରିଚାଳନା ଏବଂ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା।ବିଶେଷ କରି ଏସ୍ଏମ୍ସି ଅଂଚଳରେ ବର୍ଷା ଜଳ ନିଷ୍କାସନ ଏବଂ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା। ରେଙ୍ଗାଲି ଏବଂ ସମ୍ବଲପୁରର ବିଧାୟକ ଏହି ବୈଠକରେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ସମସ୍ୟା ଓ ବିକାଶ ସମ୍ପର୍କରେ ମତ ରଖିଥିଲେ।

ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଉନ୍ନୟନ କର୍ତୃପକ୍ଷଙ୍କ ୫୨ତମ କର୍ତୃପକ୍ଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଏସଡିଏ ଅଧୀନରେ ଥିବା ଅଂଚଳଗୁଡ଼ିକର ଯୋଜନାବଦ୍ଧ ଏବଂ ବ୍ୟବସ୍ଥିତ ବିକାଶ କରିବା, ଜୋନାଲ୍ ଡେଭଲପମେଂଟ ପ୍ଲାନ୍ ସମେତ ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ସହରର ଭିତିଭୂମି ସମ୍ପର୍କିତ କାର୍ଯ୍ୟଗୁଡ଼ିକର ତଦାରଖ କରିବା, ହାଉସିଂ କଲୋନୀ, ସପିଂ ସେଂଟର ଏବଂ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ପଦକ୍ଷେପ ନେବା, ଅସଂଗଠିତ ସହରୀ ସଂପ୍ରସାରଣକୁ ଏକ ବ୍ୟବସ୍ଥିତ ରୂପ ଦେବା ପାଇଁ ରୂପାନ୍ତରଣ ଯୋଜନା ପ୍ରଣୟନ କରିବା ଆଦି ଉପରେ ଆଲୋଚନା କରଯାଇଥିଲା। ସମ୍ବଲପୁର, ବୁର୍ଲା ଓ ହୀରାକୁଦ ଅଂଚଳକୁ ଆଧୁନିକୀକରଣ ଏବଂ ସୁବ୍ୟବସ୍ଥିତ ବିକାଶ ପାଇଁ ଏହି ବୈଠକରେ ଅନେକ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତି ଗ୍ରହଣ କରାଯାଇଛି। ସମ୍ବଲପୁର ଯୋଜନା ଅଂଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା ୨୦୪୭ ପ୍ରସ୍ତୁତ କରିବାକୁ ଅନୁମୋଦନ ଦିଆଯାଇଛି। ଏହା ସହରର ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯିବ। ମୋଦିପଡ଼ାଠାରେ ୧.୧୪ ଏକର ଜମିରେ ଏକ ବହୁତଳ ବିଶିଷ୍ଟ (ବି+ଜି+୬) ବାଣିଜ୍ୟିକ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହ ସାଲିବାଗିଚାସ୍ଥିତ ପୁରୁଣା ଏମବିଏ କାର?୍ୟ୍ୟାଳୟର ସମ୍ପୂର୍ଣ୍ଣ ମରାମତି ଓ ନବୀକରଣ କରାଯିବ। କର୍ତୃପକ୍ଷଙ୍କ ଆର୍ôଥକ କାରବାରରେ ସ୍ୱଚ୍ଛତା ଆଣିବା ପାଇଁ ଚାର୍ଟାର୍ଡ ଆକାଉଂଟାଂଟଫର୍ମ ନିୟୋଜିତ କରିବା ଏବଂ ବାଣିଜ୍ୟିକ ସମ୍ପତିରୁ ଟିକସ ଆଦାୟ ପାଇଁ ଏଝଞ ପଞ୍ଜୀକରଣ କରିବାକୁ ନିଷ୍ପତି ନିଆଯାଇଛି। ବୁର୍ଲା ଅଂଚଳରେ ଥିବା କୋର ହାଉସିଂ ସ୍କିମରେ ଖାଲି ପଡ଼ିଥିବା ପ୍ଲଟଗୁଡ଼ିକୁ ଇ-ଅକ୍ସନ ମାଧ୍ୟମରେ ବିକ୍ରୟ କରିବା ଏବଂ ଚେରୁଆପଡ଼ାଠାରେ ଜମି ବିକାଶ ପ୍ରକଳ୍ପ ପାଇଁ ଆଲୋଚନା ହୋଇଛି। ବିଭାଗରେ ଥିବା ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରି କାର୍ଯ୍ୟଧାରାକୁ ଅଧିକ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ସମ୍ବଲପୁର ମହାନଗର ନିଗମ ଅଂଚଳର ବିଭିନ୍ନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ) କାର୍ଯ୍ୟାଦେଶ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାରେ ସହାୟତା ବଣ୍ଟନ କରିଥିଲେ।ଆୟୁଷ୍ମାନ ଭାରତ ବୟୋ ବନ୍ଦନା କାର୍ଡ ୦୫ ଜଣ, ପିଏମ୍ଏୱାଇ (ୟୁ) ୨.୦: ୨୦ ଜଣ, ପିଏମ୍ ଏସଭିଏନ୍ଆଇଡିଏଚ୍ଆଇ (ଋଣ ଓ କ୍ରେଡିଟ୍ କାର୍ଡ): ୧୨ ଜଣ, ମଧୁବାବୁ ପେନସନ ଯୋଜନା ଅଧୀନରେ ଭିନ୍ନକ୍ଷମ ଭତା ୬ ଜଣ, ବିଧବା ଭତା ୨ ଜଣ ଓ ବାର୍ଦ୍ଧକ୍ୟ ଭତା ୧୦ ଜଣ ଙ୍କୁ ସହାଯତା , ରାସନ କାର୍ଡ (୧୫), ଶ୍ରମିକ କାର୍ଡ (୦୬) ଏବଂ ୧୧ ଜଣଙ୍କୁ ମୋଟର ଚାଳିତ ଟ୍ରାଇସାଇକେଲ୍ ପ୍ରଦାନ କରାଯାଇଛି। ଏହି ସମସ୍ତ ସହାୟତା ସହଯୋଗ ପୋର୍ଟାଲ ଏବଂ ପ୍ରତ୍ୟକ୍ଷ ମାଧ୍ୟମରେ ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଆଜିର ଏହି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶତ୍ରୁଘ୍ନ କର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରିଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande