
କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – ଶ୍ରୀ ସାଇ ପରିବାର, ଗୋଲ୍ଡେନ ଭିଲ୍ଲା, କଜଳା ଶିରିଡ଼ି ସାଇବାବା ମନ୍ଦିରର ତୁଷାରକାନ୍ତଙ୍କ ଦ୍ୱାରା ଲିଖିତ ଏହି ଭକ୍ତିଭରା ପ୍ରତୀକ୍ଷିତ ପୁସ୍ତକ ଶ୍ରୀ ସାଇ ସତଚରିତ ସଚିତ୍ର’ ପୁସ୍ତକ(ଝଐଜଋଋ ଝଇଓ ଝଇଞଉଐଇଜଓଞଇ ଚଓଉଞଙଜଓଇଖ) ଆଜି ତା.୧୨.୦୫.୨୦୨୬ରିଖ ଶିରିଡିର ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଗୋରକ୍ଷ ଗାଡିଲକର ଏବଂ ଡେପୁଟି ସିଇଓ ଭିମରାଜ ଦରାଡେଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ସୁନ୍ଦର ପୁସ୍ତକର ବିଶେଷତ୍ୱ ହେଉଛି ଯେ, ଶ୍ରୀ ସାଇବାବାଙ୍କ ସମସ୍ତ ଦିବ୍ୟଲୀଳାଗୁଡ଼ିକ ସଚିତ୍ର ରୂପରେ ଏହି ଭବ୍ୟ ପୁସ୍ତକରେ ପ୍ରଦର୍ଶିତ ହୋଇଅଛି ଏବଂ ଏହି ଫଟୋଗୁଡ଼ିକୁ ଦେଖିବା ପରେ ଶ୍ରୀ ସାଇବାବାଙ୍କ ଜଣେ ପ୍ରକୃତ ଭକ୍ତ ବାବାଙ୍କ ସୁବର୍ଣ୍ଣ ଯୁଗକୁ ଭକ୍ତିପୂର୍ଣ୍ଣ ଭାବରେ ଅନୁଭବ ତଥା ଉପଲବ୍ଧି କରିପାରିବ। ଏହି ପବିତ୍ର ପୁସ୍ତକଟି ଶ୍ରୀ ସାଇବାବାଙ୍କ ଜୀବନୀର ଇଂରାଜୀ ରୂପରେଖ, ଯାହାକି କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଅଛି। ଏହା ହେଉଛି ସାରା ଭାରତ ବର୍ଷରେ ତଥା ଭାରତ ବାହାରେ ପ୍ରଥମ ପୁସ୍ତକ, ଯେଉଁଥିରେ ବାବାଙ୍କ ସମସ୍ତ ଲୀଳା ଏବଂ କର୍ମଗୁଡ଼ିକୁ ସରଳ ଓ ସୁନ୍ଦର ଭାବରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଅଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି