
ବଲାଙ୍ଗିର, ୧୨ ମଇ (ହି.ସ.)-
ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ବଣିକ ସଂଘର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଟିଟିଲାଗଡ଼ ବଣିକ ସଂଘର ଅଧ୍ୟକ୍ଷ ଭାବେ ଶମ୍ଭୁ ପ୍ରସାଦ ଗୋୟଲ ମନୋନୀତ ହୋଇଛନ୍ତି । ସେହିପରି ସଚିବ ଭାବେ ଗୋପାଳ କ୍ରିଷନ ଜୈନ, ସହ ସଚିବ ଭାବେ ଅମନ ଗୋୟଲ, ଉପାଧ୍ୟକ୍ଷ ଭାବେ ସଞ୍ଜୟ ସୋନି ଓ କୋଷାଧ୍ୟକ୍ଷ ଭାବେ ଗଙ୍ଗାଧର ଶର୍ମା ନିର୍ବାଚିତ ହୋଇ ଥିବାବେଳେ ୨୧ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନିର୍ବିରୋଧ ଭାବେ ଚୟନିତ ହୋଇଛନ୍ତି ।
ନୂତନ କାର୍ଯ୍ୟକାରିଣୀର ନେତୃତ୍ୱରେ ବଣିକ ସଂଘ ଆଗାମୀ ଦିନରେ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ ଆହୁରି ସକ୍ରିୟ ଓ ସୁଦୃଢ଼ ଭାବେ କାମ କରିବ ବୋଲି ଆଶା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ