ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକରେ ଏଆଇଟିୟୁସି ଜିଲ୍ଲା ସଭାପତି ବାବାଜୀ ଧଳଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରାଯିବା ସହ ତାଙ୍କର ସାଂଗଠନିକ ଦକ୍ଷତା, କର୍ମମୟ ଜୀବନ ବିଷୟରେ
-----ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ


କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକରେ ଏଆଇଟିୟୁସି ଜିଲ୍ଲା ସଭାପତି ବାବାଜୀ ଧଳଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରାଯିବା ସହ ତାଙ୍କର ସାଂଗଠନିକ ଦକ୍ଷତା, କର୍ମମୟ ଜୀବନ ବିଷୟରେ ସ୍ମୃତିଚାରଣ କରାଯାଇ ଥିଲା। ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ଜଗତଜୀବନ ଦାଶ, ମୁକ୍ତାର ଖାଁ, ଶ୍ରମିକ ନେତା ମାଧବ ଦାସ, ଆଦିକନ୍ଦ ରାଉଳ, ପ୍ରାଧ୍ୟପକ ଡ଼ଃ ଗିରିଶ ପାତ୍ର, ଶିଶିର କୁମାର ରାଉତ, ଅଧ୍ୟାପକ ବିରେନ କୁମାର ରାଉତ, ହରପ୍ରସାଦ ଜେନା, ଜଳନ୍ଧର ସାହୁ, ସୌମ୍ୟରଞ୍ଜନ ଧଳ ପ୍ରମୁଖ ଗଭୀର ଶ୍ରଦ୍ଧଞ୍ଜଳି ଜଣାଇ ଥିଲେ ପ୍ରଥମେ ତାଙ୍କ ଉଦ୍ୟେଶରେ ଏକ ମିନିଟି ନୀରବତା ଅବଲମ୍ବନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande