
ଭୁବନେଶ୍ୱର, ୧୩ ମଇ (ହି.ସ.)- ଆସନ୍ତା ୧୯ ତାରିଖରେ ରାଜ୍ୟର ୫ଟି ସ୍ଥାନରେ ନୂଆ କୋର୍ଟ ଉଦଘାଟନ ହେବ। ବାଲେଶ୍ୱର ଜିଲ୍ଲା ସୋର ଠାରେ ଅତିରିକ୍ତ ସିଭିଲ୍ ଜଜ୍(ଜୁନିୟର ଡ଼ିଭିଜନ) ତଥା ଜେଏମଏଫସି କୋର୍ଟ,ଖଇରା ଠାରେ ସିଭିଲ୍ ଜଜ୍(ଜୁନିୟର ଡ଼ିଭିଜନ) ତଥା ଜେଏମଏଫସି କୋର୍ଟ, ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଠାରେ ସିଭିଲ୍ ଜଜ୍(ଜୁନିୟର ଡ଼ିଭିଜନ) ତଥା ଜେଏମଏଫସି କୋର୍ଟ ,ବୌଦ୍ଧ ଜିଲ୍ଲା ଚାରିଛକ ନିକଟ ହରଭଙ୍ଗା ଠାରେ ଗ୍ରାମ୍ୟ ନ୍ୟାୟାଳୟ,କଟକ ଜିଲ୍ଲା ଟାଙ୍ଗୀ- ଚୌଦ୍ୱାର ଠାରେ ସିଭିଲ୍ ଜଜ୍(ଜୁନିୟର ଡ଼ିଭିଜନ) ତଥା ଜେଏମଏଫସି କୋର୍ଟ ଉଦଘାଟନ ହେବାକୁ ଯାଉଛି। ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ନୂତନ ନ୍ୟାୟାଳୟ କେବଳ ଏକ ଭବନ ନୁହେଁ, ଏହା ଜନସାଧାରଣଙ୍କ ନ୍ୟାୟ ପ୍ରତି ଆସ୍ଥାର ପ୍ରତୀକ।ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନକୁ ଆମ ସରକାର ଗୁରୁତ୍ୱଦେଉଛନ୍ତି। ନୂତନ ନ୍ୟାୟାଳୟର ଉଦଘାଟନ ହେଉଛି ଜନସାଧାରଣଙ୍କ ନ୍ୟାୟିକ ଅଧିକାରକୁ ଆହୁରି ସୁଦୃଢ଼ କରିବାର ଏକ ଐତିହାସିକ ପଦକ୍ଷେପ।ଏହା ନ୍ୟାୟ, ସତ୍ୟ ଓ ଆଇନର ପ୍ରତିଷ୍ଠାକୁ ନୂତନ ଗତି ପ୍ରଦାନ କରିବାରେ ବିଶେଷ ଭାବେ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା