
ସମଗ୍ର ଦେଶରୁ ଯୋଗ ଦେବେ ୭୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି
ଭୁବନେଶ୍ୱର 13 ମଇ (ହି.ସ.) ଦୀର୍ଘ 22 ବର୍ଷର ବ୍ୟବଧାନ ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଚ୍ରୀୟ କାର୍ଯ୍ୟକାରିଣୀ ବୈଠକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ତଥା ମନ୍ଦିରମାଳିନୀ ସହର ଆୟୋଜିତ ହେବାକୁ ଯାଉଛି । ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସସୋଆ) ବିଦ୍ୟାଳୟ ପରିସରରେ ଆସନ୍ତା ମେ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହେବ । ଏହି ଚାରିଦିନିଆ କାର୍ଯ୍ୟକ୍ରମରେ ଦେଶର ୪୭ଟି ସାଙ୍ଗଠନିକ ପ୍ରାନ୍ତ ସମେତ ମିତ୍ର ରାଷ୍ଟ୍ର ନେପାଳ ଓ ଭୁଟାନରୁ ୭୦୦ରୁ ଅଧିକ ଛାତ୍ର ନେତା , ଶିକ୍ଷାବିତ୍ ଏବଂ ପ୍ରତିନିଧି ମାନେ ଯୋଗଦେଇ ଶିକ୍ଷା ଓ ସମାଜର ବିଭିନ୍ନ ପ୍ରସଙ୍ଗରେ
ଆଲୋଚନା କରିବେ । ବିଦ୍ୟାର୍ଥୀ ପରିଷଦର ପ୍ରଦେଶ ସଚିବ ଦିପ୍ତୀମୟୀ ପ୍ରତିହାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ପାତ୍ର, ପରିଷଦର ମହାନଗର ସଚିବ ରାଜକୁମାର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ସେମାନେ କହିଥିଲେ ଯେ, ଏହି ବୈଠକର ଏକ ମୁଖ୍ୟ ଆକର୍ଷଣ ଭାବେ ମେ ୨୮ ତାରିଖରେ ବିଶ୍ବବିଦ୍ୟାଳୟ ଅଡିଟୋରିଅମଠାରେ ଏକ ଭବ୍ୟ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସମାବେଶରେ ବିଦ୍ୟାର୍ଥୀ ପରିଷଦର ପ୍ରାୟ ୧୫୦୦ରୁ ଅଧିକ ପୁରାତନ କାର୍ଯ୍ୟକର୍ତା, ଶୁଭେଚ୍ଛୁ ଏବଂ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସାରା ଭାରତରୁ ଆସୁଥିବା ଅତିଥି ମାନଙ୍କର ସ୍ବାଗତ ପାଇଁ ଭୁବନେଶ୍ବରର କାର୍ଯ୍ୟକର୍ତା ଓ ସ୍ଥାନୀୟ ଜନସାଧାରଣ ବ୍ୟାପକ ପ୍ରସ୍ତୁତି ଚଳାଇଥିବା ନେଇ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ବୈଠକ ଅବସରରେ ଦେଶର ବର୍ତ୍ତମାନର ଶିକ୍ଷା ସ୍ଥିତି ଏବଂ ସାମ୍ପ୍ରତିକ ସାମାଜିକ ପରିସ୍ଥିତି ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରା ଯାଇ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହେବ । ଏହି ପାରିତ ପ୍ରସ୍ତାବ ଗୁଡ଼ିକୁ ଆଧାର କରି ଆଗାମୀ ବର୍ଷ ତମାମ ଦେଶର ବିଭିନ୍ନ ଭାଗରେ ଶିକ୍ଷା ସମସ୍ୟା ଓ ସାମାଜିକ ଉନ୍ନତି ପାଇଁ ବିଭିନ୍ନ ଆନ୍ଦୋଳନ ଓ ଗଠନମୂଳକ କାର୍ଯ୍ୟକ୍ରମ ସଙ୍ଗଠିତ କରାଯିବ। ଏହା ସହିତ ଏହି ଅଧିବେଶନ ମାଧ୍ୟମରେ ଛାତ୍ର ସମାଜକୁ ଦେଶ ଗଠନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିଶା ନିର୍ଦ୍ଧାରଣ କରାଯିବ।
ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ, କାରଣ ଏଠାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନେଇ ଏ ପ୍ରଦର୍ଶନୀ ଆୟୋଜିତ ହେବ । ଏହି ପ୍ରଦର୍ଶନୀ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିରବା ପ୍ରତିନିଧିମାନେ ‘କ୍ଷୁଦ୍ର ଭାରତ’ର ସ୍ବରୂପ ଦର୍ଶ ହିତ ଓଡ଼ିଶାର ଗୌରବମୟ ଐତିହ୍ୟ ବିଷୟରେ ଅବଗତ ହେବେ। ସାମଗ୍ରିକ ଭାବେ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶିକ୍ଷ ସ୍କାର ଆଣିବା ସହ ଛାତ୍ରମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ବବୋଧ ସୃଷ୍ଟି କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ