ଆକାଶବାଣୀ ଜୟପୁରର ୯୦ ବର୍ଷ ପୂର୍ତି: ସୁଗମ ସଙ୍ଗୀତରେ ମହୋଲ
ଜୟପୁର, ୧୩ ମେ (ହି.ସ.) - ଆକାଶବାଣୀ ଜୟପୁର କେନ୍ଦ୍ରର ଐତିହାସିକ ୯୦ ବର୍ଷ ପୂର୍ତି ଉପଲକ୍ଷେ ଗତ ୧୨ ତାରିଖ ଆକାଶବାଣୀ ମୁକ୍ତ ରଙ୍ଗମଂଚରେ ଏକ ଚମକପୂର୍ଣ୍ଣ ସୁଗମ ସଙ୍ଗୀତ ସମାରୋହ ଆୟୋଜିତ ହୋଇଥିଲା। ସଙ୍ଗୀତ ପ୍ରେମୀଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥିବା ଏହି ସମାରୋହ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା
ଆକାଶବାଣୀ ଜୟପୁରର ୯୦ ବର୍ଷ ପୂର୍ତ୍ତି: ସୁଗମ ସଙ୍ଗୀତରେ ମହୋଲ


ଜୟପୁର, ୧୩ ମେ (ହି.ସ.) - ଆକାଶବାଣୀ ଜୟପୁର କେନ୍ଦ୍ରର ଐତିହାସିକ ୯୦ ବର୍ଷ ପୂର୍ତି ଉପଲକ୍ଷେ ଗତ ୧୨ ତାରିଖ ଆକାଶବାଣୀ ମୁକ୍ତ ରଙ୍ଗମଂଚରେ ଏକ ଚମକପୂର୍ଣ୍ଣ ସୁଗମ ସଙ୍ଗୀତ ସମାରୋହ ଆୟୋଜିତ ହୋଇଥିଲା। ସଙ୍ଗୀତ ପ୍ରେମୀଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥିବା ଏହି ସମାରୋହ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆକାଶବାଣୀର ବରିଷ୍ଠ ଉଦଘୋଷକ ରଞ୍ଜନ କୁମାର ବେହେରା ଉପସ୍ଥିତ ଦର୍ଶକଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଏହାପରେ ସମ୍ମାନିତ ଅତିଥି ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତୃପ୍ତି ବରିଆ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ମୁଖ୍ୟ ମନୋଜ କୁମାର ପୂଜାରୀ ରେଡ଼ିଓର ଐତିହାସିକ ଯାତ୍ରା ବିଷୟରେ ଉପସ୍ଥିତ ଶ୍ରୋତାଙ୍କୁ ଅବଗତ କରାଇଥିଲେ। ସୁଗମ ସଙ୍ଗୀତ ସମାରୋହରେ ଆକାଶବାଣୀ ଜୟପୁରର ସ୍ୱୀକୃତିପ୍ରାପ୍ତ କଳାକାର ଅନ୍ମୟୀ ପଟ୍ଟନାୟକ, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ସଂଜୀବନୀ ପଣ୍ଡା, ଯୋଗେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ଅଧିକାରୀ, ଗୋପୀନାଥ ମହାପାତ୍ର, ଡଃ ଚନ୍ଦନ ଗନ୍ତାୟତ ପ୍ରମୁଖ କଣ୍ଠଦାନ କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ କେ. ସନ୍ତୋଷ କୁମାର ରାଓ, ଇନ୍ଦର ସିଂ, ଭି. କୁରୁମନାଦମ, ହିମାଂଶୁ ଶତପଥୀ, ରାହୁଲ ସାମନ୍ତରାୟ, କେ. ଈଶ୍ୱର ସରାଫ, ଏମ୍ଜି ଜ୍ୟୋତିର୍ମୟ, ତରୁଣ ପାଣିପାତ୍ର, ସୁକମନ ଶଗରିୟା ଓ ଆଶୁତୋଷ ସାନ୍ତ୍ରପାତ୍ର ପ୍ରମୁଖ। ଆକାଶବାଣୀର ଟପ୍ ଗ୍ରେଡ୍ ମ୍ୟୁଜିକ୍ କମ୍ପୋଜର ବିଜୟ କୁମାର ସାମନ୍ତରାୟ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପରିଶେଷରେ ସହକାରୀ କେନ୍ଦ୍ର ନିର୍ଦେଶକ (ଇଞ୍ଜିନିୟରିଂ) ବିଲୁଅ ମଙ୍ଗଳ ପ୍ରଧାନ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ସଙ୍ଗୀତ ସମାରୋହ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande