କନ୍ଧମାଳ ଜିଏଏନ୍ଏମ କଲେଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
Anual fungsion of GNM College
ଫୋଟ ୨


ଫୋଟ


କନ୍ଧମାଳ , ୧୩ ମଇ (ହି.ସ.) କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ସରକାରୀ ଜିଏଏନ୍ଏମ କଲେଜର ବାର୍ଷିକ ଉତ୍ସବ ତଥା ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ଜନ୍ମ ଦିନ ମଙ୍ଗଳବାର ସନ୍ଧ୍ୟାରେ, କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି, ସେବା ଦିଗରେ ଫ୍କୋରେନ୍ସ ନାଇଟିଙ୍ଗଲ୍ ଉଦାହରଣ ଦେବା ସହିତ କନ୍ଧମାଳର ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ ପରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ କର୍ତ୍ତବ୍ୟ ନିଷ୍ଟତା ବିଶ୍ବସନୀୟତା, ସଚ୍ଚୋଟ ପଣିଆ ଓ ମିଷ୍ଟ ବ୍ଯବହାର ପାଇଁ ଯଥେଷ୍ଟ ସୁନ୍ନାମ ଅର୍ଜନ କରିଛନ୍ତି। ଯାହା କନ୍ଧମାଳ ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବ ର ବିଷୟ, ନର୍ସିଂ ତାଲିମ ନେଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ବିଶ୍ବସନୀୟତା ଓ ମିଷ୍ଟ ବ୍ଯବହାର ଆଗକୁ ସେମାନଙ୍କ କ୍ଯାରିୟରର ପାଇଁ ଏକ ବଡ ପାଥେୟ ସାଜିବ ବୋଲି କହିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ସେହି ଅଞ୍ଚଳର ସରପଞ୍ଚ ଶ୍ରୀ ଉମାଚରଣ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ତଥା ସେଣ୍ଟ ଜୋହନ୍ ଆମ୍ବୁଲାନ୍ସ କନ୍ଧମାଳର ଯୁଗ୍ମସଂପାଦକ ଶ୍ରୀ ପ୍ରଶାନ୍ତ କୁୁମାର ବେହେରା, ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ଦାଶ, କଲେଜର ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ପ୍ରିନ୍ସିପାଲ ଶ୍ରୀମତୀ ଶୁଭଶ୍ରୀ ପାତ୍ର ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ବାର୍ଷିକ ଉତ୍ସବ ଅବସରରେ ଅୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀମାନଙ୍କ ସମେତ ସମସ୍ତ ପ୍ରଶିକ୍ଷଣ କର୍ମଚାରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande