ଦାୟିତ୍ୱ ସହ ଶିକ୍ଷାର ସାଧନା- ଇତିହାସରେ ଡକ୍ଟରେଟ୍ ହାସଲ କଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ
ଭଦ୍ରକ, ୧୩ ମଇ (ହି.ସ.) - ପ୍ରଶାସନିକ ଦାୟିତ୍ୱର ଭିଡ଼ ମଧ୍ୟରେ ମଧ୍ୟ ଜ୍ଞାନର ସାଧନା କେବେ ଥମେ ନାହିଁ - ଏହାକୁ ପୁଣିଥରେ ସାବ୍ୟସ୍ତ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ। ନିଜର କଠିନ କାର୍ଯ୍ୟବ୍ୟସ୍ତତା ସତ୍ୱେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସ ବିଷୟରେ ପିଏଚଡି ଡିଗ୍ରୀ ହାସଲ କରି ଏକ
BHADRAK COLLECTOR DILIP ROUTRAY  DOCTORATE ACHIEVE


ଭଦ୍ରକ, ୧୩ ମଇ (ହି.ସ.) - ପ୍ରଶାସନିକ ଦାୟିତ୍ୱର ଭିଡ଼ ମଧ୍ୟରେ ମଧ୍ୟ ଜ୍ଞାନର ସାଧନା କେବେ ଥମେ ନାହିଁ - ଏହାକୁ ପୁଣିଥରେ ସାବ୍ୟସ୍ତ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ। ନିଜର କଠିନ କାର୍ଯ୍ୟବ୍ୟସ୍ତତା ସତ୍ୱେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସ ବିଷୟରେ ପିଏଚଡି ଡିଗ୍ରୀ ହାସଲ କରି ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।ସାଧାରଣତଃ ଜିଲ୍ଲାପାଳଙ୍କ ଦୈନନ୍ଦିନ କାର୍ଯ୍ୟଭାର ଅତ୍ୟନ୍ତ ଚାପପୂର୍ଣ୍ଣ ଥାଏ। ଲୋକସେବା, ବିକାଶମୂଳକ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନିକ ସମନ୍ୱୟରେ ବ୍ୟସ୍ତ ରହିବା ସତ୍ୱେ ଜିଲ୍ଲାପାଳ ନିଜ ଶିକ୍ଷାଗତ ଲକ୍ଷ୍ୟକୁ ଅବହେଳା କରିନଥିଲେ। ଅନବରତ ପରିଶ୍ରମ, ଅଧ୍ୟବସାୟ ଓ ଗବେଷଣା ପ୍ରତି ଆଗ୍ରହ ତାଙ୍କୁ ଏହି ସଫଳତାର ଶୀର୍ଷରେ ପହଂଚାଇଛି।ତାଙ୍କର ଗବେଷଣା ପ୍ରବନ୍ଧର ବିଷୟ ଥିଲା — “ ଅକୁପେସନାଲ ଷ୍ଟ୍ରେସ୍, ଜବ୍ ସାଟିସ୍ପେକସନ ଏଣ୍ଡ ଏମ୍ପେ୍ଲାଇ ଲୟାଲଟି ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି : ଏ କମ୍ପାରେଟିଭ୍ ଆନାଲିସିସ୍ ଅଫ୍ ହୋଟେଲ ଇନ୍ ଓଡିଶା” । ଓଡ଼ିଶାର ହୋଟେଲ୍ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ମାନସିକ ଚାପ, କାର୍ଯ୍ୟ ସନ୍ତୁଷ୍ଟି ଓ ସଂସ୍ଥାପ୍ରତି ନିଷ୍ଠାକୁ ନେଇ ସେ କରିଥିବା ଗବେଷଣା ଶିକ୍ଷାଜଗତରେ ଗୁରୁତ୍ୱ ପାଇଛି। ଜିଲ୍ଲାପାଳ ଭାବେ ଲୋକସେବା ଓ ଗବେଷକ ଭାବେ ଜ୍ଞାନର ସନ୍ଧାନ - ଏହି ଦୁଇଟି ଭୂମିକାକୁ ସଫଳତାର ସହ ପାଳନ କରିଥିବାରୁ ବିଭିନ୍ନ ମହଳରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଏହି ସଫଳତା ଯୁବପିଢ଼ୀଙ୍କୁ ଏକ ସନ୍ଦେଶ ଦେଇଛି “ପରିସ୍ଥିତି ଯେତେ କଠିନ ହେଉ, ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ ସ୍ୱପ୍ନ ସାକାର ହୁଏ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande