କାଙ୍କମାଳରେ ବିଶ୍ୱଶାନ୍ତି ପାଇଁ ଅଖଣ୍ଡ ତାରକ ନାମ ବ୍ରହ୍ମ ଯଜ୍ଞ ଶୁଭାରମ୍ଭ
Biswa Shanti jagyan at laikera block
କାଙ୍କମାଳରେ ବିଶ୍ୱଶାନ୍ତି ପାଇଁ ଅଖଣ୍ଡ ତାରକ ନାମ ବ୍ରହ୍ମ ଯଜ୍ଞ ଶୁଭାରମ୍ଭ


ଝାରସୁଗୁଡା, 13 ମେ (ହି.ସ.) ଝାରସୁଗୁଡା ଜିଲ୍ଲା ଲଇକେରା ସ୍ଥିତ କାଙ୍କମାଳ ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ବିଶ୍ୱଶାନ୍ତି ଓ ମଙ୍ଗଳ କାମନା କରି ମାଳିକା ପ୍ରବାଦୀୟ ଅଖଣ୍ଡ ବ୍ରହ୍ମ ନାମଯଜ୍ଞ ମଙ୍ଗଳବାର ଏକ ଆଧ୍ୟାତ୍ମିକ ପରିବେଶରେ ଶୁଭାରମ୍ଭ ହୋଇ ଯାଇଛି। ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ସଂଘ , କ୍ଷିତି ଜ୍ୟୋତି ଆଶ୍ରମ, ସ୍ବର୍ଣ୍ଣକ୍ଷେତ୍ର, ମାହାଙ୍ଗା (କଟକ) ର ଆନୁକୂଲ୍ୟରେ ବିଧି ନିର୍ଦ୍ଧିଷ୍ଟ ତଥା ମାଳିକା ପ୍ରବାଦୀୟ ଅଖଣ୍ଡ ତାରକ ନାମ ବ୍ରହ୍ମ ଯଜ୍ଞ ଉପଲକ୍ଷେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ସୋମବାର ମହୋତ୍ସବର ଶୁଭାରମ୍ଭ ନିମନ୍ତେ ଲଇକେରା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ନିକଟସ୍ଥ ତେଲେନ ନଦୀ ଘାଟରୁ ଏକ ବିଶାଳ କଳସ ଯାତ୍ରା ବାହାରି ଶତାଧିକ ଶ୍ରଦ୍ଧାଳୁ ଏହି ପବିତ୍ର ଜଳଯାତ୍ରାରେ ସାମିଲ ହୋଇ ପୂଜାସ୍ଥଳକୁ କଳସ ରେ ଜଳ ଆଣିଥିଲେ |ମଙ୍ଗଳବାର ସୂର୍ଯ୍ୟ ନାରାୟଣ ପୂଜନ, ଗୋ-ପୂଜା, ନାମ ଯଜ୍ଞ ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ପ୍ରବକ୍ତାଙ୍କ ଦ୍ୱାରା ଦିବ୍ୟ ପ୍ରବଚନ ଓ ସତ୍ସଙ୍ଗ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି |

ଶୁକ୍ରବାରଯଜ୍ଞର ପୂର୍ଣ୍ଣାହୁତି ଓ ଶାନ୍ତି ପାଠ ଅନୁଷ୍ଠିତ ହେବ |ଏହି ମହୋତ୍ସବରେ ନାରାୟଣ ସାମଲ, କେଶବ ଦାସ ଦ୍ୱିତୀୟ କୃଷ୍ଣ, ସତ୍ୟ ଚୈତନ୍ୟ ଦାସଙ୍କ ଭଳି ବିଶିଷ୍ଟ ପ୍ରବକ୍ତାମାନେ ଯୋଗଦେଇ ମାଳିକା ତତ୍ତ୍ୱ ଓ ଭକ୍ତି ମାର୍ଗ ଉପରେ ଆଲୋକପାତ କରୁଛନ୍ତି | ଶ୍ରଦ୍ଧାଳୁମାନେ ଏହି ମହୋତ୍ସବରେ ଯୋଗଦେଇ ପ୍ରଭୁଙ୍କ କରୁଣା ଲାଭ କରିବାକୁ ଅଖଣ୍ଡ ତାରକ ନାମ ବ୍ରହ୍ମ ଯଜ୍ଞ କମିଟି ତରଫରୁ ବିନମ୍ର ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande