ଖରିଫ ଫସଲଗୁଡିକର ଏମଏସପି ବୃଦ୍ଧି ନିଷ୍ପତି ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ ମଇ (ହି.ସ.)- କେନ୍ଦ୍ରୀୟ କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ନିଷ୍ପତିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷି ଏ
cm


ଭୁବନେଶ୍ୱର, ୧୩ ମଇ (ହି.ସ.)- କେନ୍ଦ୍ରୀୟ କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ନିଷ୍ପତିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷି ଏବଂ କୃଷକଙ୍କ ସର୍ବାଙ୍ଗୀନ ବିକାଶ ଆମ ଶାସନ ବ୍ୟବସ୍ଥାର ମୂଳଦୁଆ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ନିଷ୍ପତି ଏହି ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ପ୍ରଗତିଶୀଳ ନିର୍ଣ୍ଣୟ କୃଷି କ୍ଷେତ୍ରର ସ୍ଥିରତା ଏବଂ ଗ୍ରାମୀଣ ସମୃଦ୍ଧିକୁ ଆହୁରି ସୁଦୃଢ଼ କରିବ।

ଏହି ନିଷ୍ପତି କେବଳ କୃଷି ଅର୍ଥନୀତିକୁ ଗତିଶୀଳ କରିବ ନାହିଁ, ବରଂ କୃଷି ବିବିଧିକରଣକୁ ନୂତନ ଉତ୍ସାହ ପ୍ରଦାନ କରିବ ଓ ଆମ ଅନ୍ନଦାତା ଭାଇଭଉଣୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ସ୍ୱାଭିମାନ ରକ୍ଷା କ୍ଷେତ୍ରରେ ପ୍ରମୁଖ ସହାୟକ ହେବ। କୃଷକ ସମାଜର ହିତ ସାଧନ ତଥା ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଏହି ଦୂରଦୃଷ୍ଟିସମ୍ପନ୍ନ କଲ୍ୟାଣକାରୀ ନିଷ୍ପତି ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଜୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ।

.......,

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande