
ଜୟପୁର, ୧୩ ମେ (ହି.ସ.) - ବୋରିଗୁମ୍ମା ବ୍ଲକ ତରାଭଟା କେ ଆର୍ ଡିଗ୍ରୀ କଲେଜ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଏସଏନଆର ଦ୍ୱାରା ଆୟୋଜିତ ଆନ୍ତଃ କଲେଜ/ବିଶ୍ୱବିଦ୍ୟାଳୟ ସ୍ତରୀୟ ରଚନା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି କଲେଜ ତଥା ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଛାତ୍ରୀ ସୁଶ୍ରୀ ସୁପ୍ରିୟା ସେନାପତି ଙ୍କୁ ଏଠାରେ ସମ୍ମାନିତ କରାଯାଇଛି।
ସୁପ୍ରିୟା ଙ୍କୁ ନଗଦ ଟଙ୍କା, ମାନପତ୍ର ଏବଂ ଉପହାର ପ୍ରଦାନ କରି ସିଏସଏନଆର ପକ୍ଷରୁ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ ସିଏସଏନଆର ର ସୁନୀଲ ମିଶ୍ରା, ଗୋପାଳ ଡଙ୍ଗରି ଏବଂ କଲେଜ କର୍ମଚାରୀ ସୁଶାନ୍ତ ବାବୁ ପ୍ରମୁଖ ଉପସ୍ଥିତ ରହି ସୁପ୍ରିୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ସିଏସଏନଆର ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟକ୍ରମ ନ୍ୟାୟ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା ସହ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରୁଥିବାରୁ କଲେଜ କର୍ତୃପକ୍ଷ ତଥା ଜନସାଧାରଣ ଅନୁଷ୍ଠାନର ଭୂୟସୀ ପ୍ରସଂଶା କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି