
ଜୟପୁର,୧୩ ମେ (ହି.ସ.) - କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆଜିଠାରୁ ଜୟପୁର ପ୍ରିମିୟର ଲିଗ -୩ ର ଶୁଭ ଉଦଘାଟନ ହୋଇଯାଇଛି। ତୃତୀୟଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଡ୍ୟୁଜ ବଲରେ ଏହି ଟୁର୍ଣ୍ଣାମେଂଟ କରାଯାଉଥିବା ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ପଡୋଶି ଛତିଶଗଡର କ୍ରିକେଟ ଟିମ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଡିଓ ଶକ୍ତି ମହାପାତ୍ର ଟସ ପକାଇ ଖେଳ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ସୁକମା ନାଇଟରାଇଡର ଓ ନବରଙ୍ଗପୁର ସନରାଇଜ ସୁପର କିଙ୍ଗସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସନରାଇଜ ଦଳ ପ୍ରଥମେ ଟସ ଜିତି ବଲିଂ କରିଥିଲେ। ସୁକମା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୭୨ ରନ ସପ୍ସଗ୍ରହ କରିଥିଲେ। ୧୭୩ ରନର ଜବାବରେ ସନରାଇଜର୍ସ ସୁପରକିଙ୍ଗସ ଦଳ ୧୮ ଓଭରରେ ୬ଟି ୱିକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲେ। ଆଜିର ମ୍ୟାଚରେ ପୂର୍ଣ୍ଣଚନ୍ଦ୍ର ମାଝି ୭୭ ରନ ସପ୍ସଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହାସଲ କରିଥିଲେ। ଏହି ପ୍ରିମିୟର ଲିଗ ମ୍ୟାଚକୁ ନିର୍ଦ୍ଧେଶକ ବାବୁଲା ରାଉତ ଆୟୋଜନ କରିଥିବା ବେଳେ ସଚ୍ଚିଦାନନ୍ଦ ପରିଡା ପରିଡା ପରିଚାଳନା କରିଥିଲେ। ଆସନ୍ତା କାଲି ପ୍ରଥମ ମ୍ୟାଚ ଜୟପୁର ସୁପରଷ୍ଟାର ସହ ରୟାଲ କିଙ୍ଗ୍ସ ଓ ଦ୍ୱିତୀୟ ମ୍ୟାଚ ଜୟପୁର ଜାଗୁଆର୍ସ ସହ ସୁକମା ନାଇଟରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ ସକାଳ ୮ଟାରେ ଏବଂ ଦ୍ୱିତୀୟ ମ୍ୟାଚ ୧୨ଟାରେ ଆରମ୍ଭ ହେବ ବୋଲି ବାବୁଲା ରାଉତ ପ୍ରକାଶ କରିଛନ୍ତି। ମ୍ୟାଚରେ ଅନ୍ୟ ମାନଙ୍କ ମଧ୍ୟରେ ସୁବାସ ରାଉତ, ରବି ନାୟକ, ବାଲାରାୟ,ବାପି ପରିଡାଙ୍କ ସମେତ ଅନ୍ୟ କ୍ରିଡା ପ୍ରେମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି