
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ଶିକ୍ଷକ ମହାସଚିବ ତଥା ଚିନ୍ତାମଣୀ ଗୁରୁଜୀ ସ୍ମାରକୀ ନ୍ୟାସର ସମ୍ପାଦକ ଭ୍ରମରବର ରାଉତଙ୍କ ପିତା ୰ଆକୁଳି ଚରଣ ରାଉତଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଚିନ୍ତାମଣୀ ଗୁରୁଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୁରୁଜୀଙ୍କ ପ୍ରିୟନନା ଶ୍ରୀ ବଳଦେବଜୀଉଙ୍କ ପୂଜକ ଦିଗମ୍ବର ପତ୍ରିଙ୍କୁ ମହାକାଳପଡ଼ା ବିକାଶ ମଂଚ ପକ୍ଷରୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ମହାକାଳପଡ଼ା ବିକାଶ ମଂଚ ସଭାପତି କାଶୀନାଥ ରାଉତରାୟ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋଜ ନନ୍ଦ, ପର୍ଶୁରାମ ପତି, ତ୍ରିଲୋଚନ ପତି, ଉର୍ମିଳା ପତି, ଭାରତୀ ପତି ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ପର୍ଶୁରାମ ପତି ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି