ହୋଟେଲ୍ ଓ ଜଳଖିଆ ଦୋକାନରେ ବଢୁଛି ଘରୋଇ ଗ୍ୟାସର ବ୍ୟବହାର
ଜୟପୁର, 13 ମେ (ହି.ସ.) -ରାଜ୍ୟରେ ରନ୍ଧନ ଗ୍ୟାସର ଘୋର ଅଭାବ ଯୋଗୁ ସାଧାରଣ ଉପଭୋକ୍ତ ମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଅପରପକ୍ଷରେ କୋରାପୁଟ ଜିଲା ଜୟପୁର, ବୈପାରିଗୁଡା ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା ସହର ବଜାରର ରାସ୍ତାକଡରେ ଥିବା ଉଠା ଜଳଖିଆ ଦୋକାନ, ହୋଟେଲ୍, ବିବାହ ମଣ୍ଡପ ଗ
ଘରୋଇ ଗ୍ୟାସ୍ର ବ୍ୟବହାର ହୋଟେଲ୍ ଓ ଜଳଖିଆ ଦୋକାନରେ ବଢୁଛି


ଜୟପୁର, 13 ମେ (ହି.ସ.) -ରାଜ୍ୟରେ ରନ୍ଧନ ଗ୍ୟାସର ଘୋର ଅଭାବ ଯୋଗୁ ସାଧାରଣ ଉପଭୋକ୍ତ ମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଅପରପକ୍ଷରେ କୋରାପୁଟ ଜିଲା ଜୟପୁର, ବୈପାରିଗୁଡା ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା ସହର ବଜାରର ରାସ୍ତାକଡରେ ଥିବା ଉଠା ଜଳଖିଆ ଦୋକାନ, ହୋଟେଲ୍, ବିବାହ ମଣ୍ଡପ ଗୁଡିକରେ ଘରୋଇ ଗ୍ୟାସ ବ୍ୟାପକ ବ୍ୟବହାର କରଯାଉଛି । ଏଥିପ୍ରତି ସରକାର ଦୃଷ୍ଟି ଦେଉ ନାହାନ୍ତି । ଅପରପକ୍ଷରେ ଗ୍ୟାସ ଡିପୋରେ ଗ୍ୟାସ ସିଲିଣ୍ଡର ମହଜୁତ ନଥିବାରୁ ଉପଭୋକ୍ତାମାନଙ୍କର ଲମ୍ବା ଧାଡି ଲାଗୁଛି ।ରାଜ୍ୟସରକାର ଗ୍ୟାସର କଳାବଜାରିକୁ ରୋକିବାରେ ବିଫଳ ହୋଇଛନ୍ତି । ସହର ଅଥବା ଗ୍ରାମାଂଚଳରେ ଥିବା ମଣ୍ଡପ ଗୁଡିକରେ ଏକାଧିକ ଘରୋଇ ଗ୍ୟାସ ସିଲିଣ୍ଡର ବିବାହ ଭୋଜିରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ ଯୋଗାଣ ବିଭାଗ ଜାଣି ଅଜଣାର ରହୁଥିବା ଲକ୍ଷ୍ୟ କରାଯାଇଛି । ସାଧାରଣ ଲୋକ ହଇରାଣ ହେଉଥିଲା ବେଳେ କାହା ସ୍ୱାର୍ଥରେ ଯୋଗାଣ ବିଭାଗ ବେଆଇନ ସିଲିଣ୍ଡର ବ୍ୟବହାର କରୁଥିବା ଉଠା ଜଳଖିଆ ଦୋକାନ, ହୋଟେଲ, ମଣ୍ଡପ ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନେଇ ପ୍ରଶ୍ନ ଉଠୁଛି । ରାଜ୍ୟସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଚଢାଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande