
ଝାରସୁଗୁଡ଼ା, ୧୩ ମେ (ହି.ସ.) - କୋଲାବିରା ବ୍ଲକ ସେୱା ଗ୍ରାମ କୁମୁରାଡ଼ିହି ସ୍ଥିତ ସେୱା ଅନୁଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠାନର ଉପ ସଭାପତି ମମତା ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ସେୱା ଅନୁଷ୍ଠାନ ର ଫାଇନାନ୍ସ ମ୍ୟାନେଜର ଶ୍ରୀକାନ୍ତ କଉଡ଼ି ସମସ୍ତ ଙ୍କୁ ସ୍ୱାଗତ ଜଣାଇଥିଲେ । ଅନୁଷ୍ଠାନର ସମ୍ପାଦକ ସୁଶୀଲ କୁମାର ଦାସ , ଉପଦେଷ୍ଟା ସୁକାନ୍ତ ସାହୁ, ସହ ସମ୍ପାଦକ ସୁରେଶ କୁମାର ସାହୁ, କୋଷାଧ୍ୟକ୍ଷା କୁମୁଦିନି କୁଅଁର, ସାଧାରଣ ପରିଷଦ ମେମ୍ୱର ନବୀନ ଏକ୍କା,ସୀତା ନାଏକ, ରସାନନ୍ଦ କିଶାନ, ସୁଶ୍ରୀ ସଙ୍ଗୀତା ଦାସ,ରବୀନ୍ଦ୍ର କୁମାର ବେହେରା, ରମ୍ଭାବତି କିଶାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଂଚାସିନ ଥିଲେ । ସଂପାଦକ ସୁଶିଲ କୁମାର ଦାଶ ଅନୁଷ୍ଠାନ ର ଆଗାମୀ କାର୍ଯ୍ୟ ଯୋଜନା ଏବଂ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କ ସୁ ପରିଚାଳନା, ତଥା ଉତମ ବ୍ୟବସାୟ ଉପରେ ଆଲୋକ ପାତ କରିଥିଲେ । ଉପସସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ନିଜ ନିଜ ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲଇକେରା ଏବଂ କୋଲାବିରା ବ୍ଲକ ରେ ସେୱା ଅନୁଷ୍ଠାନ ଦ୍ୱାରା ପରିଚାଳିତ ସମସ୍ତ ପ୍ରକଳ୍ପ ର ସମସ୍ତ ପ୍ରୋଜେକ୍ଟ ମ୍ୟାନେଜର , ଏମ୍ ଆଇ ଏସ, ସିଇଓ ଏବଂ କ୍ଷେତ୍ର କର୍ମୀ ଉପସ୍ଥିତ ଥିଲେ । ସର୍ବ ଶେଷ ରେ ଆକାଉଂଟାଂଟ ରୋହିତ ଲାକ୍ରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ