ବିଜେପି ସଭାନେତ୍ରୀ ଜ୍ୟୋସ୍ନାଙ୍କୁ ବିପୁଳ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – ବୁଧବାର କେନ୍ଦ୍ରାପଡ଼ା ବିଜେପିର ସଭାନେତ୍ରୀ ଡ଼ ଜ୍ୟୋସ୍ନାରାଣୀ ଜେନାଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୂତନ ଭାବେ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଦାୟିତ୍ୱ ନେବାପରେ ଜ୍ୟୋସ୍ନାରାଣୀ ମହିଳା ମୋର୍ଚ୍ଚାର ଶତାଧିକ ମହିଳାମାନଙ୍କୁ
ବିଜେପି ସବାନେତ୍ରୀ ଜ୍ୟୋସ୍ନାଙ୍କୁ ବିପୁଳ ସମ୍ବର୍ନ୍ଧନା


କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – ବୁଧବାର କେନ୍ଦ୍ରାପଡ଼ା ବିଜେପିର ସଭାନେତ୍ରୀ ଡ଼ ଜ୍ୟୋସ୍ନାରାଣୀ ଜେନାଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୂତନ ଭାବେ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଦାୟିତ୍ୱ ନେବାପରେ ଜ୍ୟୋସ୍ନାରାଣୀ ମହିଳା ମୋର୍ଚ୍ଚାର ଶତାଧିକ ମହିଳାମାନଙ୍କୁ ନେଇ ପ୍ରଭୁ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି। ପରେ ପରେ କେନ୍ଦ୍ରାପଡ଼ା ଗରାପୁର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ମହିଳାମାନଙ୍କର ବିକାଶ ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ଉପରେ କାର୍ୟ୍ୟ କରି ଅସହାୟ ନିର୍ୟାତିତ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋସ୍ନାରାଣୀ! ଏହି କାର୍ୟ୍ୟକ୍ରମରେ ବିଜେପି ନେତ୍ରୀ ଉଷାରାଣୀ ମିଶ୍ର ବନ୍ଦନା ରାନୀ ରାଉତ, କାବେରୀ ବେହେରା ରୋଜାଲିନ ମହାନ୍ତି, ରଶ୍ମିତା ସାହୁ ପାର୍ବତୀ ବେହେରା ସରସ୍ୱତୀ ବେହେରାଙ୍କ ସମେତ ୫ସହରୁ ଉର୍ଦ୍ଧ୍ୱ ମହିଳା ନେତ୍ରୀ ଓ ସଦସ୍ୟାମାନେ ଯୋଗ ଦେଇଥିଲେ! ତେବେ ସରକାରଙ୍କ ସମସ୍ତ ଜନମଙ୍ଗଳକାରୀ ଯୋଜନାକୁ ଗ୍ରାମାଂଚଳରେ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା ପାଇଁ ଜ୍ୟୋସ୍ନା ରାଣୀଙ୍କ ନେତୃତ୍ୱରେ ପ୍ରଚାର ପ୍ରସାର ଜାରି ରହିବ ବୋଲି ଉପସ୍ଥିତ ମହିଳା ନେତ୍ରୀମାନେ କହିଛନ୍ତି!

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande