ଚୋରା ମଦ ଜବତ, ୧୦ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, କେନ୍ଦ୍ରାପଡ଼ା ସଦର ଓ ପଟ୍ଟାମୁଣ୍ଡାଇ ରୁରାଲ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ
----ଚୋରା ମଦ ଜବତ, ୧୦ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, କେନ୍ଦ୍ରାପଡ଼ା ସଦର ଓ ପଟ୍ଟାମୁଣ୍ଡାଇ ରୁରାଲ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଚୋରା ମଦ ଜବତ କରାଯାଇଛି । ବଡ଼ମୋହନପୁର ଗ୍ରାମର ମନୋରଞ୍ଜନ ମଳିକଙ୍କ ଠାରୁ ୪୫ ଲିଟର ବିଦେଶୀ ମଦ, ସଂକୁରପୁର ଗ୍ରାମର ବିଜୟ କୁମାର ସେଠିଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ତେରୋହୀ ଗ୍ରାମର କେଶବ ଚନ୍ଦ୍ର ମଳିକଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, କଂସାର ଗ୍ରାମର ଝୁମର ନାୟକଙ୍କ ଠାରୁ ୨୫ ଲିଟର ବିଦେଶ ମଦ, ଛାଛୁଣିଆ ଗ୍ରାମର ଅମର ସେଠିଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ସାହସପୁର ଗ୍ରାମର ରଜନୀକାନ୍ତ ମଳିକଙ୍କ ଠାରୁ ୩୭ ଲିଟର ବିଦେଶୀ ମଦ, ନୂଆଗାଁ ଗ୍ରାମର ଦେବାଶିଷ ବେହେରାଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ, ଭଗବାନପୁର ଗ୍ରାମର ଦେବଦତ ନାୟକଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଓ ଗର୍ଜଙ୍ଗା ଗ୍ରାମର ଦମୟନ୍ତୀ ମଳିକଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, କୈଳାଶ ଚନ୍ଦ୍ର ସେଠିଙ୍କ ଠାରୁ ୫ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରୁ ସମୁଦାୟ ୨୪୪ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି। ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ମିସ ଋତୁପ୍ରଭା ସ୍ୱାଇଁ, ଶ୍ରୀ ଛାୟାକାନ୍ତ ନାୟକ, ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande