
କେନ୍ଦୁଝର, ୧୩ ମେ (ହି.ସ.) ଆଜି ତିନି ହାତୀ ଦାନ୍ତ ସହ ଚାରି ଆନ୍ତଃରାଜ୍ୟ ହାତୀ ଦାନ୍ତ ତସ୍କର କୁ ଗିରଫ କଲା ବନ ବିଭାଗ । କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଅମୃତ ପଡା ମାଝୀ ସାହିରେ ସୁନୀଲ ସୋରେନ ନାମକ ଜଣ ଙ୍କ ଘରେ ହାତୀ ଦାନ୍ତ ଓ ହାଡ ବିକ୍ରୀ ଯୋଜନା କରିବା ପୂର୍ବରୁ ପୂଜା ପାଠ କରୁଥିବା ସମୟରେ ବନ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରାଯାଇ ଦୁଇଟି ହାତୀ ଦାନ୍ତ ଓ ଦୁଇଟି ହାଡ ସହ ଚୋରଟି ମୋବାଇଲ ଜବତ କରିବା ସହ ଚାରି ଜଣକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ସେମାନେ ହେଲେ ସୁନୀଲ ସୋରେନ, ଦଶରଥ ମାଝୀ, ଦୁରାଙ୍ଗ ହେମ୍ବ୍ରମ ଏ୍ୱଂ ବାଦେନ କିସ୍କୁ।
ଏହା ପୁର୍ବରୁ କେନ୍ଦୁଝର ଜିଲ୍ଲାରେ ଦୀର୍ଘ ବର୍ଷ ଧରି ହେଇ ଆସୁଥିବା ହାତୀ ଦାନ୍ତ ତସ୍କର ରେ ଏମାନଙ୍କ ସମୃକ୍ତି ଅଛି ନା ନାହିଁ ସେନେଇ ତନ ତନ କରି ଯାଂଚ କରୁଥିବା ପ୍ରକାଶ କରିଛନ୍ତି କେନ୍ଦୁଝର ଡି ଏଫ୍ ଓ ଏ ଚ ଡି ଧନରାଜ ।
-------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA