
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ଠିକା କାମରେ ପଂଚାୟତ ଅଂଚଳରେ ଜବ୍କାର୍ଡ଼ଧାରୀମାନଙ୍କୁ କାମ ଦେବାର ନିୟମ ଥିବାବେଳେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଂଚାୟତରେ ଜବ୍କାର୍ଡ଼ଧାରୀମାନଙ୍କୁ କାମ ନଦେଇ ମେସିନ୍ ସାହାଯ୍ୟରେ କାମ କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଜବ୍କାର୍ଡ଼ଧାରୀମାନଙ୍କୁ କାମ ଦିଆନଯାଇ ବଳ ପୂର୍ବକ ମେସିନ୍ ସାହାଯ୍ୟରେ ଠିକାଦାର ଜଣକ କାମ କରୁଥିବାରୁ ପଂଚାୟତରେ ଥିବା ଜବ୍କାର୍ଡ଼ଧାରୀମାନେ କାମ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଜେସିବି ମେସିନ୍ ହଟାଇ ଜବ୍କାର୍ଡ଼ଧାରୀମାନଙ୍କୁ କାମ ଦେବାକୁ ପ୍ରଦୀପ କୁମାର ମଳିକ, ରମାକାନ୍ତ ଥାଟୋଇ, ସଚ୍ଚିଦାନନ୍ଦ ଥାଟୋଇ, ସୌଦାମିନି ରାଉତ, ପ୍ରମୋଦ କୁମାର ମଳିକ, ଅନୀତା ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି