
ଝାରସୁଗୁଡ଼ା, 13 ମେ (ହି.ସ.)ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଜାମମାଲ ରେ ଥିବା ଶୋଭା କେମିକାଲ କାରଖାନାରେ ଗତ ମାର୍ଚ୍ଚ ମାସ ୨୯ ତାରିଖ କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଘଟି ଶ୍ରମିକ ପାଣ୍ଡବ ସାହୁ ଙ୍କ ହାତ ଭାଙ୍ଗି ଯାଇଥିଲା l ସେ ସମୟରେ କମ୍ପାନୀ ଅଧିକାରୀ ଶ୍ରମିକ ଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଆହତ ପାଣ୍ଡବ ଙ୍କୁ ତାଙ୍କ ଘରକୁ ପହଞ୍ଚାଇ ନିଜର ଦାୟିତ୍ୱ ଶେଷ କରିଦେଇଥିଲେ l ଏପରିକି ଶ୍ରମିକ ଙ୍କୁ କୌଣସି ଚିକିତ୍ସା ସହାୟତା ମଧ୍ୟ ଦେଇନଥିଲେ l କମ୍ପାନୀ ଅଧିକାରୀ ନିଜର ମାନବିକତା ଭୁଲିଯାଇଥିବାରୁ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା l ଏନେଇ ଅଞ୍ଚଳର ବୁଦ୍ଧିଜୀବୀ ଙ୍କ ପରାମର୍ଶ କ୍ରମେ ଆହତ ପାଣ୍ଡବ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି ସାହୁ କୋଲାବିରା ସହକାରୀ ଶ୍ରମ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ଏଏଲଓ ଦେବାଶିଷ ତରେଇ ଅଭିଯୋଗ ର ଶୁଣାଣି କରି ଆହତ ଶ୍ରମିକ ଙ୍କୁ ୭୦ ହଜାର ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏନେଇ ମଙ୍ଗଳବାର କମ୍ପାନୀ ଅଧିକାରୀ ପ୍ରଦୀପ ବାନାର୍ଜୀ ଓ ଲଳିତ ମୋହନ ଶତପଥୀ ସହକାରୀ ଶ୍ରମ ଅଧିକାରୀ ଙ୍କ ଉପସ୍ଥିତିରେ ଆହତ ପାଣ୍ଡବ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି ଙ୍କୁ ୭୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ l ତେବେ ମାନବିକତା ଭୁଲି ଯାଇଥିବା କମ୍ପାନୀ ପ୍ରତି ଉଚିତ୍ କାର୍ଯ୍ୟନୁଷ୍ଠାନ ବୋଲି ଅଞ୍ଚଳରେ ଆଲୋଚନା ହେଉଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ