
ଜୟପୁର, 13 ମେ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବୋରିଗୁମ୍ମା ବ୍ଲକର ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ମହାତ୍ମଗାନ୍ଧୀ ଗ୍ରାମ୍ୟ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି (ଏମଏସଆରଇଜିଏ) ମାଧ୍ୟମରେ ୬ଟି ବିଦ୍ୟାଳୟରେ ୫-ଟି ଯୋଜନା ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରିଥିଲେ । କିନ୍ତୁ ଦୀର୍ଘ ବର୍ଷ ଠିକା ବାବଦକୁ ଟଙ୍କା ନ ମିଳିବାରୁ ପୀଡିତ ପୂର୍ବତନ ବେଣାସୁର ସରପଞ୍ଚ ଜୟପୁର ସ୍ଥିତ ସ୍ଥାୟୀ ଲୋକଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ ଏଥିନେଇ ସେ ଜିଲ୍ଲାପାଳ, ବିଡିଓ, ବ୍ଲକ ସରକାରୀ ନିର୍ବାହୀ ଯନ୍ତ୍ରୀ, ତତ୍କାଳିନ କନିଷ୍ଠ ଯନ୍ତ୍ରୀ ଏବଂ ୩ଜଣ ଭେଣ୍ଡରଙ୍କ ବିରୋଧରେ ଜୟପୁର ସ୍ଥିତ ଆଇନସେବା ପ୍ରାଧିକରଣ ଧାରା ଅନୁଯାୟୀ ସ୍ଥାୟୀ ଲୋକ ଅଦାଲତରେ ଏକ ଅଭିଯୋଗପତ୍ର ଦାଖଲ ସହିତ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶଯେ, ଗତ ୩ ବର୍ଷ ପୂର୍ବେ ବୋରିଗୁମ୍ମା ବ୍ଲକ ବେଣାସୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନୀର ତ୍ରିପାଠୀ ୫-ଟି ଯୋଜନାରେ ବୋରିଗୁମ୍ମା ବ୍ଲକ ଅଧିନସ୍ଥ ୬ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କରିଥିଲେ । ଏହାପରେ ନିର୍ମାଣ କାର୍ଯ୍ୟ କରିଥିବା ବାବଦକୁ ବିଲ୍ ପ୍ରସ୍ତୁତ କରିବା ସହିତ ଖର୍ଚ୍ଚ ହୋଇଥିବା ଟଙ୍କା ପ୍ରଦାନ କରିବାକୁ ଉକ୍ତ ଦାୟୀତ୍ବରେ ରହିଥିବା ତତ୍କାଳିନ ବୋରିଗୁମ୍ମା ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ପମାନ ସେମିଳିଗୁଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗୁହାରୀ କରିଥିଲେ । କିନ୍ତୁ ଏଥିନେଇ ଉକ୍ତ କନିଷ୍ଠ ଯନ୍ତ୍ରୀ ୨୭ ପ୍ରତିଶତ ପି.ସି ବାବଦକୁ ଟଙ୍କା ଦାବି କରିଥିଲେ କିନ୍ତୁ ସେ ଏତେ ଟଙ୍କା ପ୍ରଦାନ କରିବାକୁ ଅସମର୍ଥ ବୋଲି ଗୁହାରୀ କରିବାରୁ , ଉକ୍ତ ଯନ୍ତ୍ରୀ କର୍ଣ୍ଣପାତ କରିଥିଲେ । ଏହିପରି ଉକ୍ତ ଟଙ୍କା ନିର୍ମାଣ କାର୍ଯ୍ୟ ପାଇଁ ସାମଗ୍ରୀ ପ୍ରଦାନ କରିଥିବା ୩ଟି ଭେଣ୍ଡରଙ୍କୁ ପ୍ରଦାନ କରାଯିବ ବୋଲି ପାଲଟା ଚେତାବନୀ ଦେଇଥିଲେ । ଶେଷରେ ପୀଡିତ ଶ୍ରୀ ତ୍ରିପାଠୀ ୧୨ ପ୍ରତିଶତ ପି.ସି ଦେବାକୁ ରାଜି ହୋଇଥିଲେ, କିନ୍ତୁ ଉକ୍ତ କନଷ୍ଠ ଯନ୍ତ୍ରୀ ଏଥରି ସହମତି ହୋଇନଥିଲେ ଏବଂ ୨୭ ପ୍ରତିଶତ ପି.ସି ଦେବାକୁ ଜିଦ୍ କରିଥିଲେ । କିନ୍ତୁ ଶେଷରେ ନିରୁପାୟ ହୋଇ ନ୍ୟାୟ ଆଶାରେ ସ୍ଥାୟୀ ଲୋକଅଦାଲତର ଦ୍ବାରସ୍ତ ହୋଇଛନ୍ତି । ଯଦି ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଏ ଆଗାମୀ ଦିନରେ ତାଙ୍କ ଠକେଇ କରିଥିବା ନେଇ ଅଭିଯୋଗରେ ଏକ ଫୌଜଦାରୀ ମାମଲା ଦାଖଲ କରିବା ସହିତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହେବେ ବୋଲି ପୀଡିତଙ୍କ ଓକିଲ ଲାଲମୋହନ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହିପରି ନିଜର ନୀଳଗିରି ଗଛ ବିକ୍ରି କରିବା ସହିତ ଉକ୍ତ ଟଙ୍କା ଉକ୍ତ ୬ଟି ବିଦ୍ୟାଳୟର ୫-ଟି ଯୋଜନାରେ ନିର୍ମାଣ କରିଥିବା ଯୋଗୁଁ ସେ ଆର୍ଥିକ ଦୁର୍ବଳ ହୋଇଯାଇଥିବା ବେଳେ ସେ ବର୍ତ୍ତମାନ ବୃଦ୍ଧଅବସ୍ଥାରେ ରହିଛନ୍ତି । ତେଣୁ ସେ ନିରାଶ ହୋଇ ଗତ ଏକ ମାସ ପୂର୍ବରୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଏବଂ ସର୍ବଚ୍ଚୋ ନ୍ୟାୟଳୟ ନିକଟରେ ଇଚ୍ଛାମୃତ ପାଇଁ ମଧ୍ୟା ପୀଡିତ ଶ୍ରୀ ତ୍ରିପାଠୀ ଆବେଦନ କରିବା ନେଇ ପୀଡିତ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି