
ବଲାଙ୍ଗିର, 13 ମେ (ହି.ସ.) ଗୁଡଭେଲା ବ୍ଲକ୍ ସ୍ତରୀୟ ମେଧା ସମ୍ବର୍ଦ୍ଧନା ସଭା ବିଇଓ ଗୁଡଭେଲାଙ୍କ କାର୍ଯ୍ୟାଳୟରେ ବିଇଓ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାବର୍ଷ ୨୦୨୫-୨୬ ମାଟ୍ରିକ ବୋର୍ଡ ପରୀକ୍ଷାରେ ବ୍ଲକ୍ ରେ ସର୍ବୋଚ୍ଚ ନମ୍ବର ୫୪୦ ମାର୍କ ୯୦% ରଖି ଏ-୧ ପାଇ ବ୍ଲକ ପାଇଁ ଗୌରବ ଆଣି ଦେଇଥିବା ଦେମୁହାଣ ସ୍ବସ୍ତି ବିଦ୍ୟାପୀଠର ଛାତ୍ର ଅଭିଷେକ ବଢେଇଙ୍କୁ ବିଇଓ ଶ୍ରୀମତୀ ଭୋଇ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ବ୍ଲକ୍ କର୍ମଚାରୀ ରମା ମହାପାତ୍ର ଓ ପଞ୍ଚାନନ ରଣା ତଥା ପ୍ରଧାନ ଶିକ୍ଷକ ରୁଦ୍ର ହେର୍ଣ୍ଣା ଓ ବିଜ୍ଞାନ ଶିକ୍ଷକ ହୃଷିକେଶ ମେହେର ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ