ବିଷ୍ଣୁମୁଣ୍ଡାରେ ନୂଆ ଜିଲ୍ଲାପାଳ ଅଫିସ ମିନି ସଚିବାଳୟ ଢାଞ୍ଚାରେ ହେବ ତିନି ମହଲା କୋଠା ପ୍ଲାନିଂରେ ଅତ୍ୟାଧୁନିକ ସେବା ସହ ଥାନା
ବଲାଙ୍ଗିର, 13 ମେ (ହି.ସ.) : ସ୍ଥାନୀୟ ବିଷ୍ଣୁ ମୁଣ୍ଡାଠାରେ ହେବ ପ୍ରସ୍ତାବିତ ନ୍ୟୁ- କଲେକ୍ଟ୍ରୋରେଟ ବା ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ଲାନିଂ ଏବଂ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ବିଭାଗ ପକ୍ଷରୁ ପ୍ରସ୍ତୁତ ନ
ବିଷ୍ଣୁମୁଣ୍ଡାରେ ନୂଆ ଜିଲ୍ଲାପାଳ ଅଫିସ ମିନି ସଚିବାଳୟ ଢାଞ୍ଚାରେ ହେବ ତିନି ମହଲା କୋଠା ପ୍ଲାନିଂରେ ଅତ୍ୟାଧୁନିକ ସେବା ସହ ଥାନା


ବଲାଙ୍ଗିର, 13 ମେ (ହି.ସ.) : ସ୍ଥାନୀୟ ବିଷ୍ଣୁ ମୁଣ୍ଡାଠାରେ ହେବ ପ୍ରସ୍ତାବିତ ନ୍ୟୁ- କଲେକ୍ଟ୍ରୋରେଟ ବା ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ଲାନିଂ ଏବଂ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ବିଭାଗ ପକ୍ଷରୁ ପ୍ରସ୍ତୁତ ନକ୍ସା ଅନୁଯାୟୀ ଭବିଷ୍ୟତକୁ ନଜରରେ ରଖି ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ କରାଯିବ । ସେଥିରୁ ପ୍ରାୟ ୩.୯୨୫ ଏକର ଜମିରେ ହେବାକୁ ଥିବା ଏହି ଅତ୍ୟାଧୁନିକ କୋଠାଟି ତିନି ମହଲା(ଜି-୩) ବିଶିଷ୍ଟ ହେବ । ଏହାବାଦ୍ ୮୨୬ ବର୍ଗମିଟର ଅଞ୍ଚଳରେ ଏକ ଦୁଇ ମହଲା ବିଶିଷ୍ଟ ଅତିଥି ଭବନ ଏବଂ ୮୨୩ ବର୍ଗମିଟର ଜମିରେ ଏକ ଦୁଇ ମହଲା ବିଶିଷ୍ଟ ପୁଲିସ ଷ୍ଟେସନ ରହିବାର ବ୍ୟବସ୍ଥା କରାଯାଇଛି । କେବଳ ଏତିକି ନୁହେଁ, ଏହି କ୍ୟାମ୍ପସରେ ଏକ ପ୍ରସ୍ତୁତ ହ୍ୟାଲିପେଡ଼ର ବ୍ୟବସ୍ଥା ମଧ୍ୟ କରାଯାଉଛି।

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଏହି ଗୋଟିଏ କୋଠାରେ ରହିବ । କୋଠା ପାଇଁ ୧୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ଜୁନ ସୁଦ୍ଧା ଡିପିଆରକୁ ଅନୁମୋଦନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

ଡିଡିଆର ଅନୁଯାୟୀ, ମିନି - ସେକ୍ରେଟେରିଏଟ ଢାଞ୍ଚାରେ ହେବାକୁ ଥିବା ଏହି କୋଠାର ମଧ୍ୟଭାଗରେ ଜିଲ୍ଲାପାଳଙ୍କ ଚାମ୍ବର, ଏଡିଏମଙ୍କ ଚାମ୍ବର, ଏନଆଇସି ବୈଠକ କକ୍ଷ, ଅଭିଯୋଗ ହଲ୍, କୋର୍ଟ ରୁମ୍, ରେକର୍ଡ ରୁମ୍, ପ୍ରତୀକ୍ଷାଳୟ, ସିଡ଼ି, ଲିଫ୍ଟ ଏବଂ ମହିଳା ଓ ପୁରୁଷ ଶୌଚାଳୟ ବ୍ଲକ ରହିବ । ପ୍ରଥମ ମହଲାରେ ବିଭାଗୀୟ ଶାଖା ଯଥା ତାଉଜି, ରାଜସ୍ବ ପ୍ରତିଷ୍ଠାନ, ସାଧାରଣ, ନିଜାରତ, ଜରୁରୀକାଳୀନ, ନ୍ୟାୟିକ, ନିର୍ବାଚନ, ଶାଖା ସମେତ ଶୌଚାଳୟ ଇତ୍ୟାଦି ରହିବ । ଦ୍ଵିତୀୟ ମହଲାରେ ଜମି ଅଧୁଗ୍ରହଣ, ଜନଗଣନା,

ମଙ୍ଗଳ କାର୍ଯ୍ୟାଳୟ, ସଞ୍ଚୟ ଅଧୁକାରୀ କାର୍ଯ୍ୟାଳୟ, ସମ୍ମିଳନୀ ହଲ୍ ଆଦି ରହିବ । ସେହି ପରି ତୃତୀୟ ମହଲାରେ ମଧ୍ୟ ବିଭିନ୍ନ କାର୍ଯ୍ୟାଳୟ ରହିବ। ଏହାବଦ ନିକଟରେ ଏକ ପୁଲିସ ଷ୍ଟେସନ ରହିବ। ଯେଉଁଥିରେ ମାର୍ଗଦର୍ଶିକା ଅନୁଯାୟୀ ମହିଳା ଏବଂ ଶିଶୁ ଡେସ୍କ, ଭିଏଚଏଫ ରୁମ, ସିସିଟିଏନଏସ, ରାଡାର, ବାରାକ, ମାଲଖାନା, ଶୌଚାଳୟ ରହିବ । ଏହାବାଦ ପାଖରେ ଦୁଇମହଲା ବିଶିଷ୍ଟ ଏକ ଅତିଥି ଭବନ ହେବ। ଯେଉଁଥିରେ ପାକିଂ, ପ୍ରତୀକ୍ଷାଳୟ, ଗୋଟିଏ ସ୍କୁଲ ଏବଂ ୫ଟି ଅତିଥି କକ୍ଷ ରହିବ। ଏହାବାଦ୍ କାର୍ଯ୍ୟାଳୟକୁ ସ୍ବତନ୍ତ୍ର ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ରହିବ । ସମ୍ପୂର୍ଣ କୋଠାଟି ଅଗ୍ନି ନିରାପତ୍ତା ମାନଦଣ୍ଡ ଅନୁଯାୟୀ ହାଇଡ୍ରାଣ୍ଟ ସିଷ୍ଟମ, ଅଗ୍ନି ନିର୍ବାପକ, ଆଲାରାମ, ସ୍ୱୟଂଚାଲିତ ସ୍ପ୍ରିଙ୍କଲର ସିଷ୍ଟମ, କ୍ୟାମେରା ଲାଗିବ । ଯାହା କୋଠାର ସୁରକ୍ଷା ଏବଂ ସ୍ଥାୟିତ୍ଵକୁ ବଜାୟ ରଖିବ ବୋଲି କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande