ଓଟିଇଟି ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୧୩ ମଇ (ହି.ସ.)- ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାର ସମସ୍ତ ପରୀକ୍ଷାର୍ଥୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ କୃତକାର୍ଯ୍ୟ କାମନା କରିଛନ୍ତି। ଏକ୍ସରେ ପୋଷ୍ଟ କରି ମନ୍ତ୍
ft


ଭୁବନେଶ୍ୱର, ୧୩ ମଇ (ହି.ସ.)- ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାର ସମସ୍ତ ପରୀକ୍ଷାର୍ଥୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ କୃତକାର୍ଯ୍ୟ କାମନା କରିଛନ୍ତି।

ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୬ (ଓଟିଇଟି ୨୦୨୬) ପରୀକ୍ଷା। ଏ ନେଇ ବିଏସଇ ଓଡ଼ିଶା ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା ହୋଇସାରିଥିବା ବେଳେ ଚଳିତ ପରୀକ୍ଷାରେ ୮୪ ହଜାର ୬୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସମସ୍ତେ ଭଲ ଭାବରେ ପରୀକ୍ଷା ଦେଇ ସଫଳତାର ସହିତ କୃତକାର୍ଯ୍ୟ ହୁଅନ୍ତୁ।ଭ

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande