
ଜୟପୁର,୧୩ ମେ (ହି.ସ.) - ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଗୌରବର ଖବର। ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଖୁବଶୀଘ୍ର ପୁରୀରୁ କୋରାପୁଟ ସିଧାସଳଖ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବାକୁ ଯାଉଥିବା ସୂଚନା ସମଗ୍ର କୋରାପୁଟବାସୀଙ୍କ ପାଇଁ ନିଶ୍ଚୟ ଏକ ଐତିହାସିକ ପଦକ୍ଷେପ।
ଜୟପୁର ଓ କୋରାପୁଟ ଅଂଚଳର ଲୋକଙ୍କ ସୁବିଧା ପାଇଁ ବିଧାୟକ ତାରା ପ୍ରସାଦ ବାହିନୀପତି ବାରମ୍ବାର ଜୟପୁରରୁ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦାବି କରିଥିଲେ । ସେହି ଦାବି ପୂରଣ ଦିଗରେ କେନ୍ଦ୍ର ରେଳ ମନ୍ତ୍ରାଳୟଙ୍କ ଏହି ପଦକ୍ଷେପ ନେଇଛନ୍ତି ।
ଏହି ଜନହିତକର ନିଷ୍ପତି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଆଶା କରୁଛି ଖୁବଶୀଘ୍ର ଏହି ଟ୍ରେନ୍ ସେବାକୁ କାର୍ଯ୍ୟକାରୀ କରାଯିବ ଏବଂ ଏଥିରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଲକ୍ଷଲକ୍ଷ ଲୋକ ଉପକୃତ ହେବେ। ଜନତାଙ୍କ ଦାବି, ଜନତାଙ୍କ ଅଧିକାର ପାଇଁ ମୋର ସଂଘର୍ଷ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଧାୟକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି