
ବଲାଙ୍ଗିର, 13 ମେ (ହି.ସ.) ସ୍ୱାଧିନତା ର ୭୯ ବର୍ଷ ପରେ ବଲାଙ୍ଗିରବାସୀ ବଲାଙ୍ଗିର ରେଳ ଷ୍ଟେସନରେ ଲିଫ୍ଟ ଟିଏ ପାଇ ବହୁତ ଖୁସି । ରେଲ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଏହି ଖୁସିରେ କୃତଜ୍ଞତା ଜଣାଇଛନ୍ତି ଯଶସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କୁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କ ଙ୍କୁ ଏବଂ ସର୍ବୋପରି ସ୍ଥାନୀୟ ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଯେଉଁମାନଙ୍କର ଚେଷ୍ଟା ବଳରେ ଆଜି ବୟଷ୍କ, ଶିଶୁ, ମହିଳା ଓ ରୋଗୀମାନେ କିଛିଟା ଆଶ୍ୱସ୍ତ ଲାଭ କରିଛନ୍ତି । ପୁଣି କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ରେଳ ଇଞ୍ଜିନିୟର ମନୋଜ ଓଝା ଏବଂ ତାଙ୍କ ଷ୍ଟାଫ୍ ଙ୍କୁ, ସମ୍ବଲପୁର ରେଳ ମଣ୍ଡଳ ର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଗାରିମା ତିୱାରିଙ୍କୁ, ସମ୍ବଲପୁର ମଣ୍ଡଳର ପ୍ରବନ୍ଧକ ସୁଭାଷ ଚୈାଧୁରି ଙ୍କୁ ଏବଂ ଭୁବନେଶ୍ୱର ସ୍ଥିତ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲାଙ୍କୁ ଯେଉଁମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସଂପାଦନ ହେଉଛି । ଆଜି ସକାଳୁ ରେଳ ଉପଭୋକ୍ତ ସଂଘ ତରଫରୁ ଶିବ ନାରାୟଣ ରଥ, ମୋତିଲାଲ ସାହୁ, କାର୍ଯ୍ୟକାରିଣୀ ସାହୁ ଦିବାକର ହୋତା ଙ୍କ ସହ ସଂପାଦକ ବିମଲ ଚକ୍ରବର୍ତ୍ତି ଷ୍ଟେସନ ଲିଫ୍ଟରେ ୧ ନମ୍ବରୁ ରୁ ୩ ସମ୍ବରୁ ପ୍ଲାର୍ଟଫର୍ମକୁ ଯିବା ଆସିବା କରି ଖୁସି ଜାହିର କରିଛନ୍ତି । ଲିଫ୍ଟ ଚାଲିବା ସମୟରେ ଯେମିତି ବିଦ୍ୟୁତ ବିଭ୍ରାଟ ପାଇଁ ଯେମିତି ଅଟକି ନ ଯାଉ ତା ପାଇଁ ସ୍ୱତନ୍ତ୍ର ଡିଜି ବା ବ୍ୟାଟେରୀ ର ବ୍ୟବସ୍ଥା ରଖିବା ପାଇଁ ସଭାପତି ପ୍ରଫେସର ମିଶ୍ର ଡିଆରଏମ୍ ଙ୍କୁ ଅନୁରୋଧ ରଖିଛନ୍ତି । ଭଲ କାର୍ଯ୍ୟରେ ଯେମିତି ଲୋକେ ଅସୁବିଧାର ସମ୍ମୁଖିନ ନ ହୁଅନ୍ତୁ ବୋଲି ମତ ରଖିଛନ୍ତି । ଦିର୍ଘ ୧୫ ବର୍ଷ ହେଲା ଅନବରତ ଦାବି ରଖିଆସୁଥିଲା ରେଳ ଉପଭୋକ୍ତା ସଂଘ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ