ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ
ବଲାଙ୍ଗୀର, ୧୩ ମଇ(ହି.ସ.) – ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ଡିଜିଟାଲ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସେବିକା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସାଇଟ୍ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ସାଇଟ ନର୍ସିଂ ଅଧ୍ୟକ୍ଷା ସ୍ନିଗ
ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ରେ ବିଶ୍ଵ ସେବିକା ଦିଵସ ପାଳିତ


ବଲାଙ୍ଗୀର, ୧୩ ମଇ(ହି.ସ.) – ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ଡିଜିଟାଲ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସେବିକା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସାଇଟ୍ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ସାଇଟ ନର୍ସିଂ ଅଧ୍ୟକ୍ଷା ସ୍ନିଗଧା ମିନତି ଦାନୀ ସମ୍ମାନିତ ଅତିଥିଭାବରେ ଯୋଗଦାନ କରିଥିଲେ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେଲା ଅର୍ଥାତ ସାଇଟ କଲେଜ ସ୍ଥାପନ ହେବା ବର୍ଷ ଠାରୁ ମଇ ୧୨ ତାରିଖ ବିଶ୍ୱ ସେବିକା ଦିବସ ସାଇଟ କଲେଜ ପରିସରରେ ପାଳନ କରାଯାଉଛି। ଏହି ଅବସରରେ ଅତିଥି ବୃନ୍ଦ ଅତୀତର କଥା ମନେପକାଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆହତ ସୈନିକମାନଙ୍କୁ ସେବା ଦେବାରେ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲଙ୍କ ଭୂମିକା ଅବିସ୍ମରଣିୟ ଥିଲା ବୋଲି କହିଥିଲେ। ପୁନଶ୍ଚ ବିଜୁଳି ନଥିବାରୁ ଅନ୍ଧାରରେ ଲେମ୍ପଧରି ଆହତଙ୍କ ଚିକିତ୍ସା କରୁଥିବାରୁ ତାଙ୍କୁ ‘ଲେଡି ଅଫ୍ ଦି ଲେମ୍ପ୍’ ଆଖ୍ୟା ଦିଆଯାଇଥିଲା। ତାଙ୍କ ଜନ୍ମଦିନକୁ ସ୍ମରଣ କରି ସାରା ବିଶ୍ୱ ସେବିକା ଦିବସ ପାଳନ କରୁୁଛି। ଆଜି ଏହି ଉତ୍ସବରେ ସାଇଟ କଲେଜରେ ଏମ୍.ଏସ୍.ସି. ନର୍ସିଂ ପରୀକ୍ଷା ଥିଲେ ମଧ୍ୟ ବିନା ବାଧାରେ ପରମ୍ପରାକୁ ରକ୍ଷାକରି ଏବଂ ଫ୍ଲୋରେନ୍ସ ନାଇଟ୍ଙ୍ଗେଲଙ୍କୁ ସମ୍ମାନ ଜଣାଇବା ଅର୍ଥରେ ସେବିକା ଦିବସ ପାଳନ କରାଯାଇଥିବାରୁ ଅନୁଷ୍ଠାନର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସାଧୁବାଦ ଜଣାଇଥିଲେ। ରାମଜୀ ଯୁବକ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଶେଷରେ ସହ-ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୀତା ସାହୁ, ସଂଜନା ମିଶ୍ର, ଅର୍ଚ୍ଚନା ମିଶ୍ର, ଜୟଶ୍ରୀ ନାଏକ, ମନୀଷା ଖାଡ଼ିଆ, ଅଙ୍କିତା ମେହେର, ଭଗବତୀ ମେହେର ଅଶୋକ ପଧାନ, ଅମିୟ ଯୋଷୀ, ମହମ୍ମଦ କାଜିମ, ପ୍ରଶାନ୍ତ ତ୍ରିପାଠୀ, ମୁକେଶ ନାଏକ, ଅଖିଲନାଥ ଗୁରୁ, ଭୀମଶଙ୍କର ମିଶ୍ର, ଜୟନ୍ତ ପଟେଲ, ଜଗନ୍ନାଥ ବେହେରା, ବୁଲୁ ମିଶ୍ର ଏବଂ ଲୋକନାଥ ସିଂହ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande