
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗ ଜିଲ୍ଲା ପ୍ରଶାସନ କ୍ରୀଡ଼ା ବିଭାଗ ତରଫରୁ ବହୁମୁଖୀ ଇନ୍ଦୋର ଷ୍ଟାଡିୟମ୍ ଠାରେ ଗ୍ରୀଷ୍ମକାଳୀନ ଭାର ଉତୋଳନ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୮ରୁ ୧୫ ବର୍ଷ ବୟସ୍କ ପର୍ଯ୍ୟନ୍ତ ୫୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି। ଶିବିରଟି ଆସନ୍ତା ୧ ମାସ ଧରି ପ୍ରତିଦିନ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶିବିର ମାଧ୍ୟମରେ କ୍ରୀଡ଼ାବିତ୍ଙ୍କୁ ଭାର ଉତୋଳନ ପ୍ରାଥମିକ କୌଶଳ, ଶାରିରୀକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି