
ତିରୁପୁର, ୧୩ ମଇ (ହି.ସ.)। ତିରୁପ୍ପୁର ଜିଲ୍ଲାର ୱେଲ୍ଲାକୋଭିଲ-କରୁର
ଜାତୀୟ ରାଜପଥରେ ଥିବା ପୋଲିସ ଚେକ୍ପୋଷ୍ଟ ନିକଟରେ ଆଜି ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ
ଡ୍ୟୁଟିରେ ଥିବା ଜଣେ ପୋଲିସକର୍ମୀ ସହିତ ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ସଡ଼କର ଡିଭାଇଡରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ
ହୋଇଥିବା ଟ୍ରକକୁ ପୋଲିସକର୍ମୀ ରବିଚନ୍ଦ୍ରନ ହଟାଉଥିଲେ। ଏହି ସମୟରେ ଏକ ତୀବ୍ର ଗତିର କାର
ହଠାତ୍ ନିୟନ୍ତ୍ରଣ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପୋଲିସକର୍ମୀ
ରବିଚନ୍ଦ୍ରନ, ଟ୍ରକ ଚାଳକ ଏବଂ କାରରେ ଥିବା ଚାରିଜଣଙ୍କୁ ମିଶାଇ ମୋଟ
୬ ଜଣଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ପୋଲିସ
ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତଙ୍କ ମୃତଦେହକୁ ସରକାରୀ ହସ୍ପିଟାଲକୁ ପଠାଯାଇଛି। ଏପର୍ଯ୍ୟନ୍ତ
ମୃତକମାନଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା