ଉପଜିଲ୍ଲାପାଳ ଧରିଥିବା ଦଶଟି ଚୋରା ବାଲି ଗାଡ଼ି ଉଭାନ୍
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – କେନ୍ଦ୍ରାପଡ଼ାରେ ବେଆଇନ୍ ଭାବେ ବାଲି, ମାଟି, ଗୋଡ଼ି ଚୋରା ଚାଲାଣ ହେଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହେବାପରେ ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ତୁଣୁପୁର ବାଲି ଖାଦାନ ସାଇଡ଼୍ରୁ ଚୋରାରେ ନେଇଯାଉଥିବା ଦଶଟି ବାଲି ବୋଝେଇ ହାଇୱା ଗାଡ଼ିକୁ ଉପଜ
ଉପଜିଲ୍ଲାପାଳ ଧରିଥିବା ଦଶଟି ଚୋରା ବାଲି ଗାଡି ଉଭାନ୍ ।


କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – କେନ୍ଦ୍ରାପଡ଼ାରେ ବେଆଇନ୍ ଭାବେ ବାଲି, ମାଟି, ଗୋଡ଼ି ଚୋରା ଚାଲାଣ ହେଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହେବାପରେ ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ତୁଣୁପୁର ବାଲି ଖାଦାନ ସାଇଡ଼୍ରୁ ଚୋରାରେ ନେଇଯାଉଥିବା ଦଶଟି ବାଲି ବୋଝେଇ ହାଇୱା ଗାଡ଼ିକୁ ଉପଜିଲ୍ଲାପାଳ ଗୋଡ଼େଇ ଗୋଡ଼େଇ ଧରିଥିଲେ।

ସଦର ଥାନା ପୋଲିସ କର୍ମଚାରୀଙ୍କୁ ଉକ୍ତ ଚୋରାବାଲି ବୋଝେଇ ଗାଡ଼ିକୁ ହସ୍ତାନ୍ତର କରିଥିଲେ। ଧରାଯାଇଥିବା ଗାଡ଼ିଗୁଡ଼ିକୁ ଜୋରିମାନା ଆଦାୟ କରି କାଗଜପତ୍ର ଯାଂଚ ପରେ ଛଡ଼ାଯିବାର ନିୟମ ଥିବାବେଳେ ଦାୟିତ୍ୱ ନେଇଥିବା ପୋଲିସ୍ କର୍ମଚାରୀ ଗାଡ଼ିଗୁଡ଼ିକୁ ଛାଡ଼ି ଦେଇଥିଲେ। ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ତଥା ସବ୍ଡିଭିଜନ୍ ମାଜିଷ୍ଟ୍ରେଟ୍ ଓ ଅତିରିକ୍ତ ଖଣି ଅଧିକାରୀ ଓ ଅତିରିକ୍ତ ତହସିଲଦାର, ମାର୍ଶାଘାଇ ଗାଡ଼ିକୁ ଜବତ କରିବା ପରେ ହସ୍ତାନ୍ତର କରିଥିବା ଗାଡ଼ିକୁ କିଭଳି ଭାବରେ ପୋଲିସ୍ କର୍ମଚାରୀମାନେ ଗାଡ଼ିକୁ ଛାଡ଼ିଦେଲେ ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଯଦି ଏହିଭଳି ଭାବରେ ପୋଲିସ୍ର ଅସହଯୋଗ ହୁଏ ତେବେ ଜିଲ୍ଲାରେ ଚୋରା ବାଲି ମାଟି ବ୍ୟବସାୟ ଦିନକୁ ଦିନ ବଢ଼ିବ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି। ଏ ବିଷୟରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ପଚାରିବାରୁ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଛନ୍ତି। ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande