ମନେରେଗା ଟଙ୍କା ହଡପ ଘଟଣା ର ତଦନ୍ତ କୁ ବିତିଲା ତିନି ମାସ କାର୍ଯ୍ୟାନୁଷ୍ଠାନ କେବେ ? ପୁଣି ଭିଜିଲାନ୍ସ ର ଦ୍ୱାରସ୍ଥ ହେଲେ ହିତାଧିକାରୀ।
ଜୟପୁର , 13 ମେ (ହି.ସ.) ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତ ରେ ହିତାଧିକାରୀ. ଶ୍ରମିକ ମୋଜୁରି ଲକ୍ଷ ଲକ୍ଷ ମନରେଗା ଟଙ୍କାକୁ ମିଳିମିଶି ଚଳୁ କରି ଖାଇଗଲେ ପଞ୍ଚାୟତ ଅଧିକାର ମାନେ| ହଡପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୋରିଗୁମ୍ମା ବିଡ଼ିଓ ଙ୍କ ପାଖରେ ଫେରାଦ ପରେ ବ
ମନେରେଗା ଟଙ୍କା ହଡପ ଘଟଣା ର ତଦନ୍ତ କୁ ବିତିଲା ତିନି ମାସ କାର୍ଯ୍ୟାନୁଷ୍ଠାନ କେବେ ? ପୁଣି ଭିଜିଲାନ୍ସ ର ଦ୍ୱାରସ୍ଥ ହେଲେ ହିତାଧିକାରୀ।


ଜୟପୁର , 13 ମେ (ହି.ସ.) ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତ ରେ ହିତାଧିକାରୀ. ଶ୍ରମିକ ମୋଜୁରି ଲକ୍ଷ ଲକ୍ଷ ମନରେଗା ଟଙ୍କାକୁ ମିଳିମିଶି ଚଳୁ କରି ଖାଇଗଲେ ପଞ୍ଚାୟତ ଅଧିକାର ମାନେ| ହଡପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୋରିଗୁମ୍ମା ବିଡ଼ିଓ ଙ୍କ ପାଖରେ ଫେରାଦ ପରେ ବି ସିଂହପୁର ଥାନାରେ ଦେଲେ ଏତେଲା । ଶ୍ରମିକ ମଜୁରୀ ଟଙ୍କା ହଡପର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ ହିତାଧିକାରୀ । ବୋଡ଼ିଗାଁ ପଞ୍ଚାୟତର ବୋଡ଼ିଗାଁ,ସେମଳା, ମାଣ୍ଡିଆବନ୍ଧ,ଗୁରୁମାଇଗୁଡ଼ା ଗାଁର ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିଥିଲେ ସରକାର । ଆବାସ ଯୋଜନାରେ ୨୦୨୩-୨୪ ଓ ୨୪ - ୨୫ ଆର୍ଥିକ ବର୍ଷରେ ସାମିଲ ହୋଇଥିଲେ ପାଖାପାଖି ୨୫୦ ପରିବାର ।ଆବାସ ଯୋଜନା ରେ ନିଜେ ଶ୍ରମ ଦାନ କରି ଘର କାମ କରିଥିବା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ବଦଳେ ଅନ୍ୟ ଆକାଉଣ୍ଟ୍ କୁ ପଠାଯାଇଛି । ପ୍ରକୃତ ଶ୍ରମିକଙ୍କ ଟଙ୍କା ଅନ୍ୟ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ପଠାଇ ପରବର୍ତ୍ତି ସମୟରେ ତାହାକୁ ଉଠାଇ ପଞ୍ଚାୟତର ଅଧିକାରୀ ମାନେ ମିଳିମିଶି ଚଳୁ କରି ଦେଇଥିବା ବି ସିଂହପୁର ଥାନାରେ ଅଭିଯୋଗ କରିଥିଲେ ହିତାଧିକାରୀ । ପିଇଓ , ଡିଈଓ ଓ ଜିଓ ଟେକର ଙ୍କ ନା ରେ ସଙ୍ଗିନ ଅଭିଯୋଗ ପରେ ଜୟପୁର ଭିଜିଲାନ୍ସ ଟିମ ପଞ୍ଚାୟତ ରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ତଦନ୍ତ ହୋଇ ତିନି ମାସ ବିତିଗଲା ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପୁଣି ହିତାଧିକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଛନ୍ତି।ସେପଟେ ଭିଜିଲାନ୍ସ ଅତିରିକ୍ତ ଏସ୍ପି କହିଛନ୍ତି ତଦନ୍ତ ଚାଲିଛି ଅତିଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande