
ଭୁବନେଶ୍ୱର, 13 ମେ (ହି.ସ.)- କଣ୍ଟାବାଞ୍ଜି
ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ହୋଇଛି । ଆଜି ନିଜ କଣ୍ଟାବାଞ୍ଜି ସ୍ଥିତ ବାସଭବନ
ଠାରେ ମୃତ୍ୟ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବୟସ ହୋଇଥିଲା । ସେ ଦୀର୍ଘଦିନ
ଧରି ଅସୁସ୍ଥ ଥିବା ଜଣାପଡ଼ିଛି ।
ବିଜେଡି ସରକାର ସମୟରେ ସେ
ଦୁଇ ଥର ବିଧାୟକ ହୋଇଥିଲେ । କଣ୍ଟାବାଞ୍ଜି ପାଇଁ ଅନେକ ଅବଦାନ ମଧ୍ୟ ରହିଛି । ତେବେ ତାଙ୍କର
ବିୟୋଗରେ ସମଗ୍ର ରାଜନୈତିକ ମାହୋଲରେ ଶୋକର ଛାୟା ଖେଳିଯାଇଛି ।
ଅନେକ ବିଶିଷ୍ଟ ବ୍ୟକ୍ତି
ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ
କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା