
ଭୁବନେଶ୍ବର , 13 ମେ (ହି.ସ.)-କମିସନରେଟ ପୋଲିସ ରେଡକ୍ରସ୍ ଆଞ୍ଚଳିକ ଶାଖା,ମଧୂକୁଞ୍ଜ ଓ ଇଣ୍ଡିଆନ୍ ସ୍କାଉଟ ଗାଇଡ ଫେଲୋସିପ ମିଳିତ ସହଯୋଗ ରେ ଏଭର୍ ଗ୍ରୀନ କାରଖାନାରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଆଜି ଏହି ବିଶାଳ ରକ୍ତ ଦାନ ଶିବିର କୁ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ବରଞ୍ଜନ ବଡ଼ଜେନା, ଅତିରିକ୍ତ ଉପ ପୋଲିସ କମିଶନର ଶ୍ରୀ ମାନସ ରଞ୍ଜନ ଗଡନାୟକ ଓ ଇଣ୍ଡିଆନ୍ ସ୍କାଉଟ ଗାଇଡ ଫେଲୋସିପ ରାଜ୍ୟ ସଭାପତି ଡଃ ଆମ୍ରିତ ପାଟ୍ଟଯୋଷୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଚାଳଚିତ୍ର ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ସଭାପତିତ୍ୱ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସହ ପୋଲିସ୍ କମିଶନର ଶ୍ରୀ ପ୍ରଶାନ୍ତ ସାହୁ, ସମାଜ ସେବି ଶ୍ରୀମତି ରୋଜାଲିନ ପାଣିଗ୍ରାହୀ, ଇନ୍ଫୋଭାଲି ଆଇ ଆଇ ସି ଇନ୍ସପେ୍ଟର ଗାୟନନ୍ଦ ଶାହା, ଜଟଣୀ ଇନ୍ସପେ୍ଟର ଷ୍ଟାଲିନ ବିଶ୍ୱାଳ, ମଧୁକୁଞ୍ଜ ର ପ୍ରତିଷ୍ଠାତା ସଜନ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, କିଶନ ଅଗ୍ରୱାଲ, ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସମାନ୍ତରାୟ ଏସ ଆଇ ଶିବାନୀ ନନ୍ଦ ଓ ଡ଼ଃ ଭଗ୍ୟ ଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବିଶାଳ ରକ୍ତ ଦାନ ଶିବିର କୁ ପୱନ୍ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ , ରତିରଞ୍ଜନ ଗଡନାୟକ ଓ ଡ଼ଃ ରୁଷି ପଟ୍ଟନାୟକ ପରିଚାଳନା କରିଥିଲେ । ଆଜି ଭାରତୀୟ ରେଡ଼କ୍ରସ୍ ତରଫରୁ ସମୁଦାୟ 102 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା