ଇଭି ଓ ସାର୍ବଜନୀନ ପରିବହନ ଆପଣାଇବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ
ଭୁବନେଶ୍ୱର, ୧୩ ମଇ(ହି.ସ.) : ଓଡିଶାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ ଏବଂ ଦାୟିତ୍ୱଶୀଳ ପରିବହନ ସମ୍ବନ୍ଧୀୟ ଆହ୍ୱାନକୁ ସମର୍ଥନ କରି ଲୋକମାନଙ୍କୁ ଇନ୍ଧନ ବ୍ୟବହାର କମାଇବା ସହ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟବହା
ଇଭି ଓ ସାର୍ବଜନୀନ ପରିବହନ     ଆପଣାଇବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ


ଭୁବନେଶ୍ୱର, ୧୩ ମଇ(ହି.ସ.) : ଓଡିଶାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ ଏବଂ ଦାୟିତ୍ୱଶୀଳ ପରିବହନ ସମ୍ବନ୍ଧୀୟ ଆହ୍ୱାନକୁ ସମର୍ଥନ କରି

ଲୋକମାନଙ୍କୁ ଇନ୍ଧନ ବ୍ୟବହାର କମାଇବା ସହ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟବହାର ବଢାଇବାକୁ

ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଶକ୍ତି

ସଂରକ୍ଷଣ ଏବଂ ସ୍ଥାୟୀ ପରିବହନ ସମ୍ବନ୍ଧୀୟ ବାର୍ତ୍ତାକୁ ଉଲ୍ଲେଖ କରି ମନ୍ତ୍ରୀ ନାଗରିକମାନଙ୍କୁ

ପରିବେଶ ଅନୁକୂଳ ଯାତ୍ରା ଅଭ୍ୟାସ ଆପଣାଇବା ଏବଂ ପାରମ୍ପରିକ ଇନ୍ଧନ ଚାଳିତ ଯାନ ଉପରେ ଅନାବଶ୍ୟକ

ନିର୍ଭରଶୀଳତା କମାଇବାକୁ ଆହ୍ୱାନ କରିଥିଲେ।

ଜେନା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅଧିକରୁ ଅଧିକ ଇଭି ବ୍ୟବହାର କରିବା, ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଏବଂ ଜଣେ ବ୍ୟକ୍ତି ପାଇଁ ଅଲଗା

ଯାନ ବ୍ୟବହାର କମାଇବାକୁ ପରାମର୍ଶ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ନିଜ କାଫିଲାରେ ଯାନ

ସଂଖ୍ୟା କମାଇବା ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରି ଏହାକୁ ଦାୟିତ୍ୱଶୀଳ ଶାସନ ଏବଂ ଇନ୍ଧନ

ସଂରକ୍ଷଣର ଉଦାହରଣ ବୋଲି କହିଥିଲେ।

କେନ୍ଦ୍ର ସରକାରଙ୍କ

ଇଲେକ୍ଟ୍ରିକ୍ ମୋବିଲିଟିକୁ ପ୍ରୋତ୍ସାହନ ଦେବା ଉଦ୍ୟମର ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛ ପରିବହନକୁ ଉତ୍ସାହିତ କରିବା ପାଇଁ ଇଭି ଉପରେ ଦିଆଯାଉଥିବା

ସବସିଡିକୁ ୨୦୨୮ ପର୍ଯ୍ୟନ୍ତ ବଢାଯାଇଛି।

ସେ ଲୋକମାନଙ୍କୁ ଅଧିକରୁ

ଅଧିକ ଇଲେକ୍ଟ୍ରିକ୍ ଯାନ ଆପଣାଇବା ଏବଂ ପରିବେଶ ହିତୈଷୀ ପରିବହନ ବ୍ୟବସ୍ଥାକୁ ମଜବୁତ କରିବାରେ

ସହଯୋଗ ଦେବାକୁ ଆହ୍ୱାନ କରିଥିଲେ।

ମନ୍ତ୍ରୀ ନାଗରିକମାନଙ୍କୁ

ବ୍ୟକ୍ତିଗତ ଯାନ ପରିବର୍ତ୍ତେ ‘ଆମ ବସ’ ପରି

ସାର୍ବଜନୀନ ପରିବହନ ସେବାର ଅଧିକ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେ କହିଛନ୍ତି

ଯେ,

ଛୋଟ ଦୂରତାର ଯାତ୍ରା ଏବଂ ବ୍ୟକ୍ତିଗତ ଯାତାୟାତ ପାଇଁ ସାର୍ବଜନୀନ

ପରିବହନ ଏକ ଭଲ ବିକଳ୍ପ ହୋଇପାରେ।

ଏହାଛଡା, ସେ ଇନ୍ଧନ ବ୍ୟବହାର, ଯାତାୟାତ ଚାପ ଏବଂ ପରିବେଶ ପ୍ରଦୂଷଣ କମାଇବା ପାଇଁ କାର୍ ପୁଲିଂ ଏବଂ

ସ୍କୁଟି ପୁଲିଂ ପରି ବ୍ୟବସ୍ଥା ଆପଣାଇବା ଉପରେ ଜୋର ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ

ବ୍ୟକ୍ତିଗତ ଭାବେ ଅପନାଇବା କଥା କହି ଜେନା କହିଛନ୍ତି ଯେ, ସେ ନିଜେ ମଧ୍ୟ ସରକାରୀ ବସ ସେବା ବ୍ୟବହାର କରି ଯାତ୍ରା କରିବେ।

ସେ କହିଛନ୍ତି ଯେ, ଇନ୍ଧନ ସଞ୍ଚୟ ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା କେବଳ

ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପରିବେଶ ସୁରକ୍ଷା ଏବଂ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ କରିବା ପାଇଁ ପ୍ରତ୍ୟେକ

ନାଗରିକଙ୍କ ସାମୁହିକ ଦାୟିତ୍ୱ ହେବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande