ପ୍ରଧାନ ଶିକ୍ଷୟତ୍ରୀଙ୍କ ଗୀତାଞ୍ଜଳୀ ଦାସଙ୍କ ପରଲୋକ
ଭଦ୍ରକ, ୧୩ ମଇ (ହି.ସ.) - ଭଦ୍ରକ ବ୍ଲକ ଗେଲଟୁଆ ହାଇସ୍କୁଲର ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଦାଶ(୫୮)ଙ୍କ ୧୨ ତାରିଖ ଭୋର ସମୟରେ ହୃତଘାତରେ ପରଲୋକ ଘଟିଛି। ଭୂବନେଶ୍ୱର ଘରୋଇ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ୱାମୀ ନିର୍ମ
gitanjali dash file photo


ଭଦ୍ରକ, ୧୩ ମଇ (ହି.ସ.) - ଭଦ୍ରକ ବ୍ଲକ ଗେଲଟୁଆ ହାଇସ୍କୁଲର ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଦାଶ(୫୮)ଙ୍କ ୧୨ ତାରିଖ ଭୋର ସମୟରେ ହୃତଘାତରେ ପରଲୋକ ଘଟିଛି। ଭୂବନେଶ୍ୱର ଘରୋଇ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ୱାମୀ ନିର୍ମଳ ଚନ୍ଦ୍ର ଦାଶ, ଭାଇ ସୁବାସ ଦାଶ, ପୂର୍ଣ୍ଣ ଚନ୍ଦ୍ର ଦାଶ, ଭାଉଜ ଅନ୍ନପୂର୍ଣ୍ଣା ଦାଶ, ନିଳିମା ପଣ୍ଡା, ପୁଅ ଡ଼ାକ୍ତର ଶେଖର ସୁମନ ଦାଶ , ସାନପୁଅ ସତୀଶ ସୁମନ ଦାଶ, ଝିଅ ସୁଶ୍ରୀ ସଂଙ୍ଗିତା ଦାଶ, ଶରତ ପତି ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ, ଭଦ୍ରକ ଜଗନ୍ନାଥପୁର ଘର ଏବଂ ଜନ୍ମସ୍ଥାନ ଆଗରପଡ଼ା ଭବାନିଗଞ୍ଜ ଠାରେ ପହଂଚି ପରିବାରବର୍ଗ ଓ ଆତ୍ମିୟ ସୂଜନ ମାନଙ୍କୁ ସମବେଦନା ଜଣାଇଥିଲେ। ପରେ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଦାହ କରାଯାଇଥିଲା। ସାନପୁଅ ଇଂ.ସତିଶ ଶେଖର ଦାଶ ମୁଖାଗ୍ନି ଦେଇଥିଲେ। ଜଣେ ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ଭାବେ ସେ ଜଣା ଶୁଣା ଥିବା ବେଳେ ବହୁ ସଂଙ୍ଗଠନ ସହ ଜଡ଼ିତ ରହି ସେବା ମୂଳକ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଂଚଳରେ ଶୋକରଛାୟା ଖେଳିଯାଇଛି। ପ୍ରକାଶ ଯେ ସେ ଅନୁକୂଳ ଚନ୍ଦ୍ରଙ୍କ ଦିକ୍ଷା ଗ୍ରହଣ କରି ସେବାମୂଳକ କାର୍ଯ୍ୟ କରିଆସୁଥିବା ବେଳେ ଜଣେ ଧାର୍ମିକ ମହିଳା ଭାବେ ସର୍ବେ ଜନାଦୃତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande