
ପୁରୀ, ୧୩ ମେ (ହି.ସ.) - ମା'ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ ବୋଲି ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଅନୁଷ୍ଠିତ ମାତୃ ଦିବସ ଅବସରରେ ଆୟୋଜିତ ପଣତକାନି ଉତ୍ସବ ରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ମାଆ ଅଫୁରନ୍ତ ସ୍ନେହ ଓ ପ୍ରେମର ଉତ୍ସ । ଆଧୁନିକତାର ଚାପରେ ମାଆ ଓ ବୋଉ ଶବ୍ଦ ହଜିଯିବାକୁ ବସିଲାଣି। ମାତ୍ର କ୍ଷୁଦ୍ର ଓ ସଂକୀର୍ଣ୍ଣ ସ୍ୱାର୍ଥ ଏବଂ ପରିବାରରେ ବିଭାଜନ ଯୋଗୁଁ ସଂପ୍ରତି ମାତୃଜାତି ଆଜି ବିପଦରେ ପଡ଼ିଛି ଓ ବୃଦ୍ଧା ଶ୍ରମ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଥିପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି ଉପରେ ଅତିଥିମାନେ କହିଛନ୍ତି।। ସମାଜସେବୀ ସ୍ୱର୍ଗତା କୁନ୍ତଳା ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବକୁ ସ୍ୱେଛାସେବୀ ସଂଗଠନ ଦି ବେଲ୍ ଓ ଦି ମିରର୍ ଆୟୋଜନ କରିଥିଲେ। କ୍ଷେତ୍ରମୋହନ ଫାଉଣ୍ଡେସନ ଓ କଳିଙ୍ଗ ସ୍ମାର୍ଟ ସ୍କୁଲ୍ ଏଥିରେ ସହାୟତା ପ୍ରଦାନ କରିଥିଲେ। ଉତ୍ସବରେ ଆଇନଜୀବୀ ଦିଗମ୍ବର ବେହେରା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଯୋଗଦେଇ ଇଣ୍ଡିଆନ ମାଷ୍ଟର ସେଫ୍ ରନର୍ସ ଅପ୍ ସମ୍ମାନ ରେ ସମ୍ମାନୀତ ବିଶିଷ୍ଟ ସମାଜସେବୀ ଅଞ୍ଜୁ ପ୍ରଧାନ କହିଥିଲେ ଯେ ଓଡ଼ିଆ ସଂସ୍କୃତି ରେ ବୋଉ ଡାକ ଏକ ମହନୀୟ ଶବ୍ଦ। ଆଧୁନିକତାର ଚାପରେ ମାଆ ଓ ବୋଉ ଶବ୍ଦ ହଜିଯିବାକୁ ବସିଲାଣି।ଏହି ସାଂସ୍କୃତିକ ଓ ସାମାଜିକ ଅବକ୍ଷୟ ବିରୋଧରେ ସବୁ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଗବେଷିକା ଡକ୍ଟର ମନସା ଶ୍ରୀଚନ୍ଦନ ରାୟ। ମଣିଷର ଆଦ୍ୟ ସ୍ୱର ମା,ଆଦ୍ୟ ଭାଷା ଭାଷା,ପ୍ରିୟ ଭାଷା ମା । ମା'ର ବିକଳ୍ପ ନାହିଁ। ମା'ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ପୂର୍ବତନ ଅଧ୍ୟକ୍ଷ ଦିବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସ୍ୱାଗତ ଭାଷଣ ଦେଇଥିଲେ। ଦି ମିରର୍ ସଭାପତି ସମାଜସେବୀ ଲାୟନ ସଞ୍ଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ଶିଶୁ ସାହିତ୍ୟିକ ସୁକାନ୍ତ କୁମାର ପଣ୍ଡା, ସମିତି ସଭ୍ୟ ପ୍ରଦୀପ୍ତ ଭାନୁ ଘଟୁଆରୀ ନିଜର ଅଭିମତ ପ୍ରଦାନ କରିଥିଲେ।ବରିଷ୍ଠ ନାରୀନେତ୍ରୀ କଲ୍ୟାଣୀ ଘଟୁଆରୀ,ଶଶୀମଣି ଦେବୀ,ଜେମା ସ୍ୱାଇଁ ଓ ନଳିନୀ ସାହୁ ମଂଚାସୀନ ଥିଲେ।ଏହି ଅବସରରେ ଶତାୟୁ ମହିଳା ଶଶୀମଣି ଦେବୀ,ଜେମା ସ୍ୱାଇଁ ଙ୍କୁ ପଣତକାନି ସମ୍ମାନ ରେ ସମ୍ମାନୀତ କରାଯାଇଛି। ସୁଭଦ୍ରା ମହିଳା ମହାସଂଘ,ସମଙ୍ଗ, କାଶୀ ହରିପୁର, ବୀରହରେକୃଷ୍ଣ ପୁର, ଗୋପିନାଥପୁର,ବେଲଦଳ, ସମଗରା ପଂଚାୟତ ସ୍ତରୀୟ ମହିଳା ମହାସଂଘ ଓ ଗୋପାଳ ଜୀଉ ମହିଳା ମହାସଂଘ କୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ମହିଳାଙ୍କ ମଧ୍ୟରେ ହୁଳହୁଳି,କାନ୍ଦଣା,ଝୋଟି, ମ୍ୟୁଜିକ ଚେୟାର,ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନେକ ଛୋଟ ଛୋଟ ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସଭା ଆରମ୍ଭରେ କ୍ଷେତ୍ରମୋହନ ଫାଉଣ୍ଡେସନ ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା କୁନ୍ତଳା ପ୍ରଧାନଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କ୍ଷେତ୍ରମୋହନ ଫାଉଣ୍ଡେସନ ଅଧ୍ୟକ୍ଷ ପ୍ରଦୀପ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ସ୍ମାର୍ଟ ସ୍କୁଲ୍ ପ୍ରିନ୍ସପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ସନ୍ଧ୍ୟାରାଣୀ ବାରିକ, ବିପିନ ଭୋଇ, ଲିପ୍ସା ମହାନ୍ତି, ମନ୍ଦାକିନୀ ପରିଡା, ଶୁଭସ୍ମିତା ପ୍ରଧାନ, ଦେବେନ୍ଦ୍ର କୁମାର ପ୍ରଧାନ, ଅନିଲ କୁମାର ସାହୁ, ବନୀତା ଦୀକ୍ଷିତ, ରାଜଲକ୍ଷ୍ମୀ ଦାସ, ସବିତା ଶ୍ରୀଚନ୍ଦନ, ଓମ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ