
ଭୁବନେଶ୍ୱର, 13 ମେ (ହି.ସ.)- ପୂର୍ବତନ
ବିଧାୟକ ଆୟୁବ ଖାନଙ୍କ ଦେହାନ୍ତରେ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବିଜୁ ଜନତା ଦଳର ବରିଷ୍ଠ ସଙ୍ଗଠକ ତଥା କଣ୍ଟାବାଞ୍ଝିର
ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।
ନବୀନ କହିଛନ୍ତି ଯେ, ତାଙ୍କ
ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ଏବଂ ଦରଦୀ ନେତାଙ୍କୁ ହରାଇଲା। ଅଞ୍ଚଳର ଉନ୍ନତି ଓ ଲୋକଙ୍କ
ସେବାରେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ତାଙ୍କୁ ଅମର କରି ରଖିବ।
ଏପରି ଦୁଃଖଦ ସମୟରେ ତାଙ୍କ
ପୁଅ ଡ. ଅମଜାଦ ଅଲ୍ଲୀ ଖାନଙ୍କ ସହିତ କଥା ହୋଇ ସମସ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ସହ
ଅମର ଆତ୍ମାର ସଦଗତି କାମନା କଲି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା