
ଭୁବନେଶ୍ୱର, 13 ମେ (ହି.ସ.)- ସଚ୍ଚି
ରାଉତରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ତାଙ୍କ ଲେଖନୀରେ ମାଟିର ବାସ୍ନା, ମଣିଷର ଭାବନା ଓ ସମାଜର ସ୍ପନ୍ଦନ ସ୍ପଷ୍ଟ ବାରିହୁଏ ବୋଲି ନବୀନ
କହିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ
ଜାରି କରିଥିବା ବାର୍ତ୍ତାରେ ନବୀନ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ କବି ଓ
ଜ୍ଞାନପୀଠ ବିଜେତା ସଚ୍ଚି ରାଉତରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ
ଲେଖନୀରେ ମାଟିର ବାସ୍ନା, ମଣିଷର ଭାବନା ଓ ସମାଜର ସ୍ପନ୍ଦନ ସ୍ପଷ୍ଟ ବାରିହୁଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ
କରିବାରେ ତାଙ୍କ ଅବଦାନ ସଦା ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା