
ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା
ପୁରୀ,, 13 ମେ (ହି.ସ.)ମଦର୍ସ ପବ୍ଲିକ୍ ସ୍କୁଲ୍, ପୁରୀ ପୁନର୍ବାର ତାହାର ଶିକ୍ଷାଗତ କୌଶଳର ପରମ୍ପରାକୁ ଅବିକଳ ରଖି, ସିବିଏସି ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରିଛି। ବିଜ୍ଞାନ ଏବଂ ବାଣିଜ୍ୟ ଶାଖାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ବିଦ୍ୟାଳୟର ସମୁଦାୟ ଗୌରବ ବଢ଼ାଇଛନ୍ତି।
ବିଜ୍ଞାନ ଶାଖାରେ ଜିତ୍ ନାରାୟଣ ପୂଜାପଣ୍ଡା ୯୫.୮% ମାର୍କ ସହ ସ୍କୁଲ୍ ଟପର୍ ହୋଇଛନ୍ତି। ବିଶାଳ ନାୟକ ୯୪.୬% ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି | ଆଦ୍ୟାଶା ପ୍ରିୟଦର୍ଶିନୀ ମିଶ୍ର ଏବଂ ଜିଜ୍ଞାସା ସ୍ୱାଇଁ ଉଭୟେ ୯୨.୨ % ସହ ଯୁକ୍ତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।
ବାଣିଜ୍ୟ ଶାଖାରେ ମଧ୍ୟ ଅସାଧାରଣ ଫଳାଫଳ ମିଳିଛି । ତନିଶ ଅଗରୱାଲ୍ ୯୫ % ସହ ଶାଖାର ଟପର୍ ହୋଇଛନ୍ତି। ଶ୍ଲୋକ ସନ୍ଦୀପ ବାରିକ ୯୨.୮ % ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଜିତେଶ ଅଗରୱାଲ୍ ୯୨.୬ % ମାର୍କ ରଖିଛନ୍ତି |ମୋଟ ୧୬ ଜଣ ଛାତ୍ରଛାତ୍ରୀ ୯୦% ଓ ତାଠାରୁ ଅଧିକ ମାର୍କ ଅର୍ଜନ କରିଥିବାରୁ ବିଦ୍ୟାଳୟ ନିରନ୍ତର ଶିକ୍ଷାଗତ ଉତ୍କର୍ଷତା ଏବଂ ସମଗ୍ର ଉନ୍ନତି ପ୍ରତିବଦ୍ଧତା ପ୍ରକାଶ ପାଇଛି।
ଏହି ଚମତ୍କାର ସଫଳତା ଛାତ୍ରଛାତ୍ରୀଙ୍କର କଠିନ ପରିଶ୍ରମ, ଦୃଢ ସଙ୍କଳ୍ପ ଏବଂ ଅଟଳ ପ୍ରୟାସ ର ପରିଣାମ, ସହିତ ଶିକ୍ଷକମଣ୍ଡଳୀଙ୍କ ର ଅତୁଟ ସମର୍ଥନ ଏବଂ ନିର୍ଦ୍ଦେଶନାର ଫଳ। ବିଦ୍ୟାଳୟ ପ୍ରଶାସନ ଏହି ସଫଳତାକୁ ଏକ ସ୍ନେହମୟ ଶିକ୍ଷା ପରିବେଶର ଫଳ ଭାବେ ମାନିଛି, ଯେଉଁଥିରେ ଶୃଙ୍ଖଳା, ନବୋନ୍ମେଷ ଏବଂ ସମଗ୍ର ବିକାଶକୁ ପ୍ରୋତ୍ସାହନ ଦେଇଛି।
ଚେୟାରମ୍ୟାନ ପଲ୍ଲୀ ପଟ୍ଟନାୟକ ଛାତ୍ରଛାତ୍ରୀ, ଶିକ୍ଷକମଣ୍ଡଳୀ ଏବଂ ଅଭିଭାବକମାନଙ୍କୁ ଏହି ଉତ୍କୃଷ୍ଟ ଫଳାଫଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଥିଲେ ଯେ ଏହି ସଫଳତା ବିଦ୍ୟାଳୟ ଶିକ୍ଷାଗତ ଉତ୍କର୍ଷତା ଏବଂ ସମଗ୍ର ଉନ୍ନତି ପ୍ରତି ଅତୁଟ ପ୍ରତିବଦ୍ଧତାର ପ୍ରତିଫଳ ଓ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନଶିକ୍ଷିକା ସଗୁଫ୍ତା ପରଭିନ୍ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକମଣ୍ଡଳୀ ଏବଂ ଅଭିଭାବକମାନଙ୍କୁ ଏହି ଉତ୍କୃଷ୍ଟ ଫଳାଫଳ ପାଇଁ ଅଭିନନ୍ଦନ ଜଣାଇ, ଏହି ସଫଳତାରେ ସମୁହିକ ପ୍ରୟାସ ପ୍ରତି ଗର୍ବ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ବିଦ୍ୟାଳୟ ଭବିଷ୍ୟତରେ ମଧ୍ୟ ଯୁବ ମନକୁ ପ୍ରେରଣା ଦେଇ ଶିକ୍ଷା ଓ ଜୀବନରେ ଉଚ୍ଚ ସ୍ଥାନରେ ପହଞ୍ଚିବା ପାଇଁ ପ୍ରତିବଦ୍ଧ ରହିବ।
ଏପରି ଆଉ ଏକ ବର୍ଷର ଉତ୍କୃଷ୍ଟ ବୋର୍ଡ୍ ଫଳାଫଳ ସହିତ, ମଦର୍ସ ପବ୍ଲିକ୍ ସ୍କୁଲ୍, ପୁରୀ ଗୁଣତ୍ତମ ଶିକ୍ଷା ଏବଂ ଛାତ୍ରଛାତ୍ରୀ ସଫଳତାର କେନ୍ଦ୍ର ଭାବେ ତାହାର ପରିଚୟକୁ ଆହୁରି ମଜବୁତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ