
ଭୁବନେଶ୍ୱର, ୧୩ ମଇ (ହି.ସ.)- ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ପୁରୀ ରେଳଷ୍ଟେସନର ଭିତିଭୂମି ଉନ୍ନୟନ କାର୍ଯ୍ୟ ଜାରି ରହିଥିବାରୁ, ପୂର୍ବତଟ ରେଳପଥ ପକ୍ଷରୁ ମଇ ୨୦୨୬ ମାସରେ କେତେକ ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନ୍ ସେବାଗୁଡ଼ିକର ସଂକ୍ଷିପ୍ତ-ଅବଧି ଏବଂ ସଂକ୍ଷିପ୍ତ-ଉତ୍ପତି ସମ୍ପର୍କିତ ବ୍ୟବସ୍ଥାର ଅବଧିକୁ ବୃଦ୍ଧି କରାଯାଇଛି।
ପୁରୀ ରେଳଷ୍ଟେସନରେ ପ୍ଲାଟଫର୍ମର ନବୀକରଣ ଏବଂ ଆନୁଷଙ୍ଗିକ ଭିତିଭୂମି ବିକାଶ କାର୍ଯ୍ୟ ସଂଯୋଗରେ ଏହି ସାମୟିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉଛି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀରେ ଯାତ୍ରୀ ସୁବିଧା, କାର୍ଯ୍ୟଦକ୍ଷତା ଏବଂ ଟ୍ରେନ୍ ଚଳାଚଳ କ୍ଷମତାକୁ ଅଧିକ ବୃଦ୍ଧି କରିବା।
ମାଲତୀପାଟପୁର ଷ୍ଟେସନରେ ନିୟନ୍ତ୍ରିତ ହେବାକୁ ଥିବା ଟ୍ରେନ ଗୁଡିକ ହେଲା :
୧୨୧୪୬ ପୁରୀ–ଲୋକମାନ୍ୟ ତିଲକ ଟର୍ମିନସ ଏକ୍ସପ୍ରେସ୍ ୧୯ ଏବଂ ୨୬ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ।୧୨୧୪୫ ଲୋକମାନ୍ୟ ତିଲକ ଟର୍ମିନସ–ପୁରୀ ଏକ୍ସପ୍ରେସ୍ ୧୭ ଏବଂ ୨୪ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ। ୧୨୯୯୩ ଗାନ୍ଧୀଧାମ–ପୁରୀ ଏକ୍ସପ୍ରେସ୍ ୧୫, ୨୨ ଏବଂ ୨୯ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ।
୧୨୯୯୪ ପୁରୀ–ଗାନ୍ଧୀଧାମ ଏକ୍ସପ୍ରେସ୍ ୧୮ ଏବଂ ୨୫ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ। ୧୫୬୪୩ ପୁରୀ–କାମାକ୍ଷା ଏକ୍ସପ୍ରେସ୍ ୨୩ ଏବଂ ୩୦ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ। ୧୫୬୪୪ କାମାକ୍ଷା–ପୁରୀ ଏକ୍ସପ୍ରେସ୍ ୨୧ ଏବଂ ୨୮ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ। ୨୨୯୭୩ ଗାନ୍ଧୀଧାମ–ପୁରୀ ଏକ୍ସପ୍ରେସ୍ ୨୦ ଏବଂ ୨୭ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ।୨୨୯୭୪ ପୁରୀ–ଗାନ୍ଧୀଧାମ ଏକ୍ସପ୍ରେସ୍ ୨୩ ଏବଂ ୩୦ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ।
୧୭୪୮୦ ତିରୁପତି–ପୁରୀ ଏକ୍ସପ୍ରେସ୍ ୧୫, ୧୬, ୧୮, ୧୯, ୨୦, ୨୨, ୨୩, ୨୫, ୨୬, ୨୭, ୨୯ ଏବଂ ୩୦ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ।୧୭୪୭୯ ପୁରୀ–ତିରୁପତି ଏକ୍ସପ୍ରେସ୍ ୧୭, ୧୮, ୨୦, ୨୧, ୨୨, ୨୪, ୨୫, ୨୭, ୨୮, ୨୯ ଏବଂ ୩୧ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ। ୨୨୨୦୧ ସିଆଲଦା–ପୁରୀ ଦୁରନ୍ତ ଏକ୍ସପ୍ରେସ୍ ୧୮, ୨୦, ୨୨, ୨୫, ୨୭ ଏବଂ ୨୯ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ। ୨୨୨୦୨ ପୁରୀ–ସିଆଲଦା ଦୁରନ୍ତ ଏକ୍ସପ୍ରେସ୍ ୧୬, ୧୯, ୨୧, ୨୩, ୨୬, ୨୮ ଏବଂ ୩୦ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ। ୨୨୯୦୯ ଭାଲସାଡ–ପୁରୀ ଏକ୍ସପ୍ରେସ୍ ୨୧ ଏବଂ ୨୮ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ।୨୨୯୧୦ ପୁରୀ–ଭାଲସାଡ ଏକ୍ସପ୍ରେସ୍ ୧୭ ଏବଂ ୨୪ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ। ୨୦୯୧୭ ଇନ୍ଦୋର–ପୁରୀ ହମସଫର ଏକ୍ସପ୍ରେସ୍ ୧୯ ଏବଂ ୨୬ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ। ୨୦୯୧୮ ପୁରୀ–ଇନ୍ଦୋର ହମସଫର ଏକ୍ସପ୍ରେସ୍ ୨୧ ଏବଂ ୨୮ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ।
୨୦୪୭୨ ପୁରୀ–ଶ୍ରୀ ଗଙ୍ଗାନଗର ଏକ୍ସପ୍ରେସ୍ ୨୦ ଏବଂ ୨୭ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ। ୨୦୪୭୧ ଶ୍ରୀ ଗଙ୍ଗାନଗର–ପୁରୀ ଏକ୍ସପ୍ରେସ୍ ୧୭ ଏବଂ ୨୪ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ। ୧୫୬୪୦ କାମାକ୍ଷା–ପୁରୀ ଏକ୍ସପ୍ରେସ୍ ୧୭ ଏବଂ ୨୪ ମଇ ୨୦୨୬ ରିଖରେ ମାଳତୀପାଟପୁରରେ ଯାତ୍ରା ଶେଷ କରିବ। ୧୫୬୩୯ ପୁରୀ–କାମାକ୍ଷା ଏକ୍ସପ୍ରେସ୍ ୧୯ ଏବଂ ୨୬ ମଇ ୨୦୨୬ ରିଖରେ ମାଳତୀପାଟପୁରରୁ ଯାତ୍ରା ଆରମ୍ଭ କରିବ।
ସେହିପରି ୧୬ ରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ୧୮୩୦୩ ସମ୍ବଲପୁର–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ସାକ୍ଷୀଗୋପାଳରେ ଯାତ୍ରା ଶେଷ କରିବ। ୧୮୩୦୪ ପୁରୀ–ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ସାକ୍ଷୀଗୋପାଳରୁ ଯାତ୍ରା ଆରମ୍ଭ କରିବ।
୧୬ ରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡ଼ରେ ଯାତ୍ରା ଶେଷ କରିବ। ୧୮୧୨୬ ପୁରୀ–ରାଉରକେଲା ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ। ୬୮୪୧୩ ତାଳଚେର–ପୁରୀ ମେମୁ ଖୋର୍ଦ୍ଧା ରୋଡ଼ରେ ଯାତ୍ରା ଶେଷ କରିବ। ୬୮୪୧୪ ପୁରୀ–ତାଳଚେର ମେମୁ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ। ୬୮୪୪୧ ଜଳେଶ୍ୱର–ପୁରୀ ମେମୁ ଖୋର୍ଦ୍ଧା ରୋଡ଼ରେ ଯାତ୍ରା ଶେଷ କରିବ। ୬୮୪୪୨ ପୁରୀ–ଜଳେଶ୍ୱର ମେମୁ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଏହି ସାମୟିକ ନିୟନ୍ତ୍ରଣ ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପ୍ରଭାବିତ ଷ୍ଟେସନ ଏବଂ ପୁରୀ ମଧ୍ୟରେ ବୈଧ ଯାତ୍ରୀଙ୍କ ନିମନ୍ତେ ମାଗଣା ବସ୍ ସେବା ଜାରି ରହିବ।ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏନଟିଇଏସ ଏବଂ ରେଳବାଇର ସରକାରୀ ସୂଚନା ସେବା ମାଧ୍ୟମରେ ଟ୍ରେନ୍ ଚଳାଚଳର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା