ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ମୋଦି
ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି ଉତ୍ସବ ଜୁନ ୧୨ରୁ ୧୦ ଦିନ ଧରି ପାଳନ ହେବ। ଦୁଇ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ରାଜ
Narendra Modi


ଭୁବନେଶ୍ୱର, ୧୪ ମଇ (ହି.ସ.)- ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି ଉତ୍ସବ ଜୁନ ୧୨ରୁ ୧୦ ଦିନ ଧରି ପାଳନ ହେବ। ଦୁଇ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଖର୍ଚ୍ଚ ଯୁକ୍ତ ନୁହେଁ ଖର୍ଚ୍ଚ କାଟ ହେବ। କେବଳ ସାଂକେତିକ ଭାବେ ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଳନ ହେବ। ଦୁଇ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବୁ। ସେ ସମୟ ସ୍ଥିର କରିବେ। ଜୁନ ୧୨ରୁ ୧୦ ଦିନ ଧରି ବର୍ଷ ପୂର୍ତି ପାଳନ ହେବ। ଜୁନ ୧ରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। ଏହା ସହ ସ୍ୱାମ୍ବାଦିକ ସମ୍ମିଳନୀରେ ରିପୋର୍ଟ କାର୍ଡ ସମ୍ପର୍କରେ ମନ୍ତ୍ରୀ ଆଉ ସଚିବ ସୂଚନା ଦେବେ। ସମସ୍ତ ମନ୍ତ୍ରୀ ମାନଙ୍କୁ ରିପୋର୍ଟ କାର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ ଯେ ଗୁରାୁବାର ଦିନ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତି ନେଇ ଲୋକ ସେବା ଭବନରେ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ। ଯେଉଁଥିରେ ଦୁଇ ଉପ ମୁଖ୍ୟମନ୍ତ୍ରୀ , ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ପଂଚାୟତିରାଜ ମନ୍ତ୍ରୀ ଉପସ୍ଥିତି ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande