
ପୁରୀ, ୧୪ ମଇ (ହି.ସ.)- ପୁରୀ ଜିଲ୍ଲା ଖାଦ୍ଯ ସୁରକ୍ଷା ଅଧିକାରିଣୀ ରାଜେଶ୍ବରୀ ପତି ତାଙ୍କ ଟିମ ଓ ପୋଲିସ ମିଳିତ ଚଢ଼ଉ କରି ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ କରିଛନ୍ତି । ପାଣି, ଥଣ୍ଡା ପାନୀୟ ମଧ୍ୟ ଜବତ କରାଯାଇଛି । ପାଣି ଗୁଡିକୁ ସେହି ଠାରେ ନଷ୍ଟ କରାଯାଇଛି । ଏବଂ ତାଙ୍କ ବିରୋଧରେ ଏଫଏସଏସ ଆକ୍ଟ ଦଫା ଲାଗୁ କରାଯାଇଛି । ସେହି ପାଣି ପାଉଚରେ ନିର୍ମାଣ ତାରିଖ, ଏକ୍ସପାରୀ ଡେଟ ଓ ଫେକ ଠିକଣା ଲେଖାଥିବା ଦେଖାଯାଇଥିଲା । ପୁରୀ ଜିଲ୍ଲାରେ ଏପରି ବିନା ଅନୁମତିରେ ଅନେକ ପାଣି କମ୍ପାନୀ ଥଣ୍ଡା ପାନୀୟ, ଘୋଳଦହି ବିକ୍ରି ବଢୁଥିବା ବେଳେ ସବୁ ସ୍ଥାନରେ ଚଢ଼ଉ ହେଉନଥିବା ଅଭିଯୋଗ ହେଉଛି। ଆଗକୁ ରଥଯାତ୍ରା ଆସୁଛି । ଏହି ପରିପ୍ରେକ୍ଷୀରେ ବେନାମୀ ପାଣି କମ୍ପାନୀ ଘରେ ଘରେ ପାଣି କାରଖାନା କରି ବଜାରକୁ ଛାଡୁଥିବା ବେଳେ ଏହାକୁ ପିଇ ରଥଯାତ୍ରୀ ମାନେ ଝାଡା ବାନ୍ତିରେ ପଡିବାର ସମ୍ଭାବନା ରହିଛି ବୋଲି ଜନତା କହୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ