‘ସହଯୋଗ’ ଅଭିଯାନରେ ସଶକ୍ତ ହେଉଛନ୍ତି ସହରୀ ଗରିବ : ଝାରସୁଗୁଡ଼ା ଲେପ୍ରୋସୀ କଲୋନୀର ୯୮ ପରିବାର ଉପକୃତ
ଝାରସୁଗୁଡ଼ା, ୧୪ ମଇ (ହି.ସ.)- ରାଜ୍ୟ ସରକାରଙ୍କ ‘ସମସ୍ତଙ୍କ ପାଇଁ ସୁବିଧା, ସମସ୍ତଙ୍କୁ ସମ୍ମାନ’ ଲକ୍ଷ୍ୟକୁ ସାକାର କରିବା ଦିଗରେ ଝାରସୁଗୁଡ଼ା ପୌରପାଳିକାର ‘ସହଯୋଗ’ ଅଭିଯାନ ଏକ ସଫଳ ପଦକ୍ଷେପ ଭାବେ ପରିଣତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ସହରର
‘ସହଯୋଗ’ ଅଭିଯାନରେ ସଶକ୍ତ ହେଉଛନ୍ତି ସହରୀ ଗରିବ : ଝାରସୁଗୁଡ଼ା ଲେପ୍ରୋସୀ କଲୋନୀର ୯୮ ପରିବାର ଉପକୃତ


ଝାରସୁଗୁଡ଼ା, ୧୪ ମଇ (ହି.ସ.)- ରାଜ୍ୟ ସରକାରଙ୍କ ‘ସମସ୍ତଙ୍କ ପାଇଁ ସୁବିଧା, ସମସ୍ତଙ୍କୁ ସମ୍ମାନ’ ଲକ୍ଷ୍ୟକୁ ସାକାର କରିବା ଦିଗରେ ଝାରସୁଗୁଡ଼ା ପୌରପାଳିକାର ‘ସହଯୋଗ’ ଅଭିଯାନ ଏକ ସଫଳ ପଦକ୍ଷେପ ଭାବେ ପରିଣତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ସହରର ବଞ୍ଚିତ ଓ ଅସହାୟ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଯାଉଛି।

ଏହି ପରିପ୍ରେକ୍ଷୀରେ ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଝାରସୁଗୁଡ଼ାର ଲେପ୍ରୋସୀ କଲୋନୀ ପରିଦର୍ଶନ କରି ଅନ୍ତେବାସୀଙ୍କ ସମସ୍ୟା ଶୁଣିଥିଲେ। ସେ ଲୋକଙ୍କୁ ମଧୁବାବୁ ପେନସନ, ପିଏମଏୱାଇ-ୟୁ ଆବାସ ଓ ସୁଭଦ୍ରା ଭଳି ଯୋଜନା ସମ୍ପର୍କରେ ସଚେତନ କରାଇବା ସହ ଆବଶ୍ୟକ ଦସ୍ତାବିଜ ପୌରପାଳିକାରେ ଜମା କରିବାକୁ ପରାମର୍ଶ ଦେଇଥିଲେ। କଲୋନୀରେ ମିନି ପାର୍କ ଓ କମ୍ୟୁନିଟି ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଯାଇଛି।

ସୂଚନା ଅନୁଯାୟୀ, ୩୯ ଜଣ ସ୍ୱଚ୍ଛ ସାଥୀ ଘରେ ଘରେ ଯାଇ ସର୍ଭେ କରୁଥିବାବେଳେ ଏପର୍ଯ୍ୟନ୍ତ ୬,୪୪୬ ପରିବାରର ତଥ୍ୟ ସଂଗ୍ରହ ହୋଇଛି। ସେଥିରୁ ୬୫୬ ଜଣ ଯୋଜନା ପାଇଁ ଆବେଦନ କରିଥିବା ବେଳେ ୧୮୫ ଜଣଙ୍କୁ ସରକାରୀ ସୁବିଧା ସହ ଯୋଡ଼ାଯାଇଛି। ଲେପ୍ରୋସୀ କଲୋନୀର ୯୮ ପରିବାର ମଧ୍ୟରୁ ୮୮ ଜଣ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବାବେଳେ ୩୬ ଜଣଙ୍କୁ ଆବାସ ସୁବିଧା ମିଳିଛି।

ଉପକୃତ ବ୍ୟକ୍ତିମାନେ ସରକାରୀ ସହାୟତାକୁ ସ୍ୱାଗତ କରି କହିଛନ୍ତି ଯେ, ଏବେ ସରକାରୀ ଅଫିସ ଦୌଡ଼ିବାକୁ ପଡ଼ୁନାହିଁ, ବରଂ ସରକାରୀ ସେବା ସେମାନଙ୍କ ଦ୍ୱାରକୁ ପହଞ୍ଚୁଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande